ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ, ସାର୍କିଟ୍, ତାର ପ୍ରେସର କୁକର। ଆହୁରି ଏକ ଚିନ୍ତାଜନକ କଥା ହେଉଛି ଦିଆସିଲି କାଠିରୁ ସେ ଫସଫରସ କାଢି ବିସ୍ଫୋରକ ତିଆରିରେ ଲଗାଉଥିଲା। ବିଶେଷକରି ସାଧାରଣଭାବେ ମିଳୁଥିବା ସାମଗ୍ରୀ ବ୍ୟବହାର କରି କିପରି ବୋମା ବ୍ୟବହାର କରିହେବ ସେଥିରେ ସେ ସିଦ୍ଧହସ୍ତ ଥିବା ପୁଲିସ ସନ୍ଦେହ କରୁଛି। ଶନିବାରଦିନ ସେ କରିଥିବା ବିସ୍ଫୋରଣ ସେ ନିଜେ ତିଆରି କରିଥିବା ପ୍ରେସର କୁକର ବୋମା ଯୋଗୁଁ ହୋଇଥିଲା। ତାଘରୁ ମିଳିଥିବା ବିସ୍ଫୋରକ ତିଆରିରେ ଲାଗୁଥିବା ରାସାୟନିକ ପଦାର୍ଥ ମଧ୍ୟରେ ରହିଛି ପୋଟାସିୟମ ନାଇଟ୍ରେଟ୍, ସଲଫର ଓ ଫସଫରସ ଇତ୍ୟାଦି। ଏଗୁଡ଼ିକୁ ବ୍ୟବହାର କରି ସେ ଆଇଇଡି ପ୍ରସ୍ତୁତ କରୁଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ସାମଗ୍ରୀକୁ ସେ ଆମାଜନ କିମ୍ବା ସ୍ଥାନୀୟ ବଜାରରୁ କିଣୁଥିଲା। ଗତ ସେପ୍ଟେମ୍ବର ମାସରେ ଶିବମୋଗାର ତୁଙ୍ଗଭଦ୍ରା ନଦୀ ନିକଟରେ ହୋଇଥିବା ଏକ ପରୀକ୍ଷାମୂଳକ ବୋମା ବିସ୍ଫୋରଣ ପଛରେ ମଧ୍ୟ ଏହାର ହାତ ଥିବା ସନ୍ଦେହ କରାଯାଉଛି। ସେହି ବିସ୍ଫୋରଣକୁ ବି ଦିଆସିଲି କାଠିରୁ ଫସଫରସ୍ ବାହାର କରି ବ୍ୟବହାର କରାଯାଇଥିଲା। ଶିବମୋଗା ଘଟଣାରେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ସୟଦ ୟାସିନ ଓ ୨୨ ବର୍ଷୀୟ ଇଂଜିନିୟରିଂ ଛାତ୍ର ମାଜ୍ ମୁନୀର ଗିରଫ ହୋଇଛନ୍ତି।
ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ

Share Now: