୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସିକୋ ରାଜସ୍ୱ ନିରୀକ୍ଷକ

ଖୋର୍ଦ୍ଧା: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିକୋ ରାଜସ୍ୱ ନିରୀକ୍ଷକ ବିଶ୍ୱେଶ୍ୱର ରାୟ ବେହେରା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋର ରାଜସ୍ୱ ନିରୀକ୍ଷକ ବିଶ୍ୱେଶ୍ୱର ରାୟ ବେହେରା ଜଣେ ଅଭିଯୋଗକାରୀଙ୍କଠାରୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଶ୍ରୀ ରାୟ ବେହେରାଙ୍କଠାର ୨୦ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ଘର ସମେତ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି। ଉଲ୍ଲେ‌ଯୋଗ୍ୟ, ରାଜସ୍ୱ ନିରୀକ୍ଷକ ବିଶ୍ୱେଶ୍ୱର ରାୟ ବେହେରା ଜଣେ ଲୋକଙ୍କୁ ମିଥ୍ୟା ଧମକ ଦେଇ ୨୦ ହଜାର ଟଙ୍କା ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

Share Now:

Kalinga News Beuro

Next Post

ଏ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ: ମୁଖ୍ୟମନ୍ତ୍ରୀ

Fri Jul 5 , 2024
ଭୁବନେଶ୍ୱର: ଏ ବର୍ଷ ରାଜ୍ୟରେ ମୋଟ ୫ କୋଟି ଗଛ ଲଗାଇବା ପାଇଁ ଟାର୍ଗେଟ କରିଛି ବନ ବିଭାଗ। ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ, ଛାତ୍ରଛାତ୍ରୀ ଭଳି ସମସ୍ତଙ୍କୁ ବଣ୍ଟାଯିବ ଚାରା। ସମସ୍ତେ ଅତି କମ୍ ରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ବୃକ୍ଷରୋପଣରେ ଓଡ଼ିଶା ହେବ ନମ୍ବର ଏକ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ପୂର୍ବରୁ ୧୮ମାସର ଚାରା ଲଗା ଯାଉଥିବା […]
ଏ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial