ହାଇୱା ଧକ୍କାରେ ବସ ଓଲଟି ୨୦ ଯାତ୍ରୀ ଆହତ, ୪ ଗୁରୁତର

ହାଇୱା ଧକ୍କାରେ ଓଲଟିଲା ବସ

ରାଉରକେଲା : ରାଉରକେଲାରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଯାଉଥିବା ଯାତ୍ରୀବାହୀ ବସ ନିହାରିକା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ପ୍ରାୟ ଚାରିଟାରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟରେ ପଛରୁ ହାଇୱା ଧକା ଦେବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସ ବସିଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ଅନ୍ୟ ଚାରି ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ ଓ ହାଇୱାକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ: ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

Fri Jul 15 , 2022
ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଛି। ଲକ୍ଷ୍ମୀ ସାଗର ସିଦ୍ଧେଶ୍ଵରୀ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫ୍ୟାନରେ […]
ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial