ରାଜଧାନୀରେ ଚାଞ୍ଚଲ୍ୟ: ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଛି। ଲକ୍ଷ୍ମୀ ସାଗର ସିଦ୍ଧେଶ୍ଵରୀ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫ୍ୟାନରେ ଓଢ଼ଣୀ ଲଗାଇ ସ୍ୱାମୀ ସ୍ତ୍ରୀ ଝୁଲି ପଡ଼ିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଅବତରଣ ସମୟରେ ଏୟାର ଆରବ ବିମାନରେ ବଡ଼ ଅଘଟଣ : ୨୨୨ ଯାତ୍ରୀ ସୁରକ୍ଷିତ

Fri Jul 15 , 2022
କୋଚି: ସାରଜାରୁ କୋଚି ଅଭିମୁଖେ ଆସୁଥିବା ଏୟାର ଆରବ ଏୟାରଲାଇନ୍ସର ଏକ ବିମାନ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତି ଯାଇଛି। ଏହି ବିମାନରେ ୨୨୨ ଜଣ ଯାତ୍ରୀ ଥିଲେ। ରିପୋର୍ଟରୁ ପ୍ରକାଶ, ଆଜି (ଶୁକ୍ରବାର) ସନ୍ଧ୍ୟାରେ ଆରବ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ୨୨୨ ଯାତ୍ରଙ୍କ ସମେତ ୭ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ସାରଜାରୁ କୋଚି ଅଭିମୁଖେ ଆସୁଥିଲା। ତେବେ, କୋଚି ବିମାନ […]
ବିମାନରେ ଘଟିଲା ବଡ଼ ଅଘଟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial