ଭଦ୍ରକ ମେଡିକାଲରେ ଅଭାବନୀୟ ଘଟଣା : ଆମ୍ବୁଲାନ୍ସ ମାଡିଯାଇ ଜଣେ ମୃତ, ୮ ଗୁରୁତର

ମାଡ଼ିଗଲା ଆମ୍ବୁଲାନ୍ସ

ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଜି ଘଟିଯାଇଛି ଏକ ବଡ଼ ଅଘଟଣ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ। ହସ୍ପିଟାଲ ଡ୍ୟୁଟିରେ ଥିବା ବୋଲେରୋ ଷ୍ଟାର୍ଟ କରୁ କରୁ ମାଡ଼ିଯାଇଥିବା ଜଣାପଡିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକେଟ୍ କାଟୁଥିବା ଲୋକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସ ଧକ୍କାରେ ଜଣେ ରୋଗୀ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଏହା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ୮ ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ୩ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିକାଲ କାମରେ ବୋଲେରୋଟି ନିୟୋଜିତ ଥିଲା। ଏହି ଘଟଣାରେ ଆଗରପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଲୋକଙ୍କ ଉପରେ ଚଢ଼ିଗଲା, ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ବଡ଼ ବର୍ଚିକୟା ଗ୍ରାମର ଶ୍ରୀଧର ଲେଙ୍କା ବୋଲି ଜଣାପଡିଛି। ଦୁର୍ଘଟଣା ଖବର ପାଇ ଆଗରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲାରେ ସୋନିଆ ଓ ରାହୁଲ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍‌ ଜାରି

Wed Jun 1 , 2022
ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍‌ ଜାରି କରିଛି। ୨୦୧୫ରେ ଏହି ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବନ୍ଦ କରି ଦେଇଥିଲା। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ତଥା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଙ୍ଗୱି କହିଛନ୍ତି, ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ […]
‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial