ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ : ବ୍ୟାପକ ଖାଦ୍ୟ ସାମଗ୍ରୀ ଜବତ

ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନାରେ ଚଢ଼ଉ

କଟକ: ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ ହୋଇଛି। କଟକ ସହର ଭିତରେ ଥିବା ମାଲଗାଦୋମ ଅଞ୍ଚଳ ସହିତ ମୋଟ ୫ଟି ଅପମିଶ୍ରିତ ଖାଦ୍ୟ ଉତ୍ପାଦନ ଖାରଖାନା ଉପରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଟମାଟୋ ସସ, ଭିନେଗାର, ଆଚାର, ବିସ୍କୁଟ ଓ ‌ଚକୋଲୋଟ ଆଦି ଜବତ ହୋଇଥିବା ଜଣାଯାଇଛି।‌ ତେବେ ରିପୋର୍ଟ ଲେଖାଯିବା ବେଳକୁ ଚଢ଼ଉ ଜାରି ରହିଛି। ସେହିପରି ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଜିନିଷ ମଧ୍ୟ ଜବତ ହୋଇଛି।
ସୂଚନାଯୋଗ୍ୟ, କଟକରେ ଅପମିଶ୍ରିତ ଖାଦ୍ୟ ଉତ୍ପାଦନ ଓ ବିକ୍ରି କରାଯିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ କଟକ ସହରରୁ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି କରାଯାଉଥିବା କାରଖାନା ଠାବ କରାଯାଇଛି। ଖାଇବା ତେଲ, ଘିଅ, ପନିର, ଗୁଟଖା, ଆଚାର, ବିସ୍କୁଟ, ଚକୋଲେଟ ଆଦି ଜବତ ହୋଇଥିଲା। ତେବେ କମ ଖର୍ଚ୍ଚରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ କିଛି କାରଖାନାର ମାଲିକମାନେ ଦାମୀ କମ୍ପାନୀର ଲୋଗୋ ବ୍ୟବହାର କରି ଏହିଭଳି ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି। ଆଗକୁ ଦୀପାବଳି ଥିବାରୁ ନିଜର କାରବାର ବଢ଼ାଇବା ପାଇଁ ବ୍ୟବସାୟୀମାନେ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି।

Share Now:

Kalinga News Beuro

Next Post

ସୂର୍ଯ୍ୟପରାଗ ପାଇଁ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା

Sat Oct 22 , 2022
ଭୁବନେଶ୍ବର: ସୂର୍ଯ୍ୟପରାଗ ପାଇଁ ରାଜ୍ୟ ସରକାର ଅକଟୋବର ୨୫କୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୫ ତାରିଖ (ମଙ୍ଗଳବାର) ଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଆସନ୍ତା ମଙ୍ଗଳବାର ଦିନ ରାଜ୍ୟର ସବୁ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ […]
ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାରଙ୍କ ଛୁଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial