ସୂର୍ଯ୍ୟପରାଗ ପାଇଁ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା

ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାରଙ୍କ ଛୁଟି

ଭୁବନେଶ୍ବର: ସୂର୍ଯ୍ୟପରାଗ ପାଇଁ ରାଜ୍ୟ ସରକାର ଅକଟୋବର ୨୫କୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୫ ତାରିଖ (ମଙ୍ଗଳବାର) ଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଆସନ୍ତା ମଙ୍ଗଳବାର ଦିନ ରାଜ୍ୟର ସବୁ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ। ଉଲ୍ଲେଖଯୋଗ୍ୟ, ୨୫ ତାରିଖ (ମଙ୍ଗଳବାର) ଦିନ ସୂର୍ଯ୍ୟପରାଗ ହେବ। ଦୀପାବଳି ଅବସରରେ ଭାରତରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ସନ୍ଧ୍ୟା ସମୟରେ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ। ଦୀପାବଳି ପର୍ବ ମଧ୍ୟରେ ଦେଖାଯିବାକୁ ଥିବା ଏହି ବିରଳ ସୂର୍ଯ୍ୟପରାଗ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ଯ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ। ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ପାଖାପାଖି ୪ଟା ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖାଯିବ। ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଆଂଶିକ ସୂର୍ଯ୍ୟପରାଗ ରହିବ। ଏହା ପରେ ଭାରତରେ ଏହି ଭଳି ସୂର୍ଯ୍ୟପରାଗ ଦେଖିବାକୁ ୨୦୨୭ ଅଗଷ୍ଟ ୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ସମୟରେ ମଧ୍ୟ ପାଣିପାଗ କାରଣରୁ ସୂର୍ଯ୍ୟପରାଗ ଦେଖାଯିବା ଆଶଂକା କମ ରହିବ। ତେଣୁ ଛୁଟି ସମୟରେ ଏହି ବିରଳ ଦୃଶ୍ୟକୁ ନିଜର ପିଲାମାନଙ୍କୁ ଦେଖାଇ ବୈଜ୍ଞାନିକ ତଥ୍ୟ ସଂପର୍କରେ ଅବଗତ କରାଇପାରିବେ। ସୂର୍ଯ୍ୟପରାଗକୁ ସୌର ଚଷମା ଓ ଦୂରବୀକ୍ଷଣ ମାଧ୍ୟମରେ ସାହାଯ୍ୟରେ ଦେଖାଯିବା ଦରକାର।

Share Now:

Kalinga News Beuro

Next Post

ପାରାଦ୍ବୀପ ରାଡାର୍‌ରେ ଦିଶିଲା ଗଭୀର ଅବପାତ ପାଲଟୁଥିବା ଲଘୁଚାପ

Sun Oct 23 , 2022
ନୂଆଦିଲ୍ଲୀ: ଗତରାତିରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ କ୍ରମଶଃ ଗଭୀର ଅବପାତ ପାଲଟିବା ସହ ପାରାଦ୍ବୀପରେ ଲାଗିଥିବା ରାଡାର୍‌ରେ ଦୃଶ୍ୟମାନ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସଂଘଠିତ ଲଘୁଚାପ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୮ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗତରାତି ୧୧.୩୦ ସୁଦ୍ଧା ଉତ୍ତର ଅକ୍ଷାଂଶର ୧୪.୯ […]
ପାରାଦ୍ବୀପ ରାଡାର୍‌ରେ ଦିଶିଲା ଗଭୀର ଅବପାତ ପାଲଟୁଥିବା ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial