୧୫ଲକ୍ଷ ଟଙ୍କାର ଗହଣା ଚୋରି କରି ଘରୋଇ ସହାୟକ ଗିରଫ

ଘରୋଇ ସହାୟକ ଗିରଫ

ଭୁବନେଶ୍ବର: ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ୍ ମାରିଥିବା ଘରୋଇ ସହାୟକକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେ ହେଲା, ମୟୂରଭଂଜ ବୈଶିଙ୍ଗାର ରାକେଶ ମହାନ୍ତି। ତା’ ପାଖରୁ ପୁଲିସ ଚୋରି ହୋଇଥିବା ସମସ୍ତ ଗହଣା ଜବତ କରିଛି।
ଅଭିଯୋଗକାରୀ ଲିଲିପ୍ କୁମାର ଜେନାଙ୍କ ଏତଲା ଅନୁଯାୟୀ ରାକେଶ ଗତ ୮ବର୍ଷ ହେଲା ତାଙ୍କ ନୂଆପଲ୍ଲୀ ନୀଳକଣ୍ଠନଗର ଲେନ୍‌-୨‌ସ୍ଥିତ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲା। ଗତ ୨୯ ଜୁଲାଇରେ ପୁଅ ଦେହ ଅସୁସ୍ଥ ହେବାରୁ ଲିଲିପ୍‌ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେଠା‌‌ରେ ପରିବାରଲୋକ ପାଖାପାଖି ୬ ଦିନ କାଳ ପୁଅକୁ ଜଗି ରହିଥିଲେ। ଏହାର ସୁଯୋଗ ନେଇ ରାକେଶ ତାଙ୍କ ଘରୁ ଆଲ୍‌ମିରାରେ ଥିବା ପାଖାପାଖି ୨୩୫ ଗ୍ରାମ୍‌ର ଗହଣା ଚୋରି କରି ନେଇଥିଲା। ପରେ ଏ ସଂପର୍କରେ ଜଣାପଡ଼ିବାରୁ ରାକେଶ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ରାକେଶକୁ ପଚରାଉଚରା କରିବାରୁ ସେ ସତ ମାନି ଯାଇଥିଲା।

Share Now:

Kalinga News Beuro

Next Post

ଜିଲ୍ଲାପାଳଙ୍କ ଚଷମା ନେଇଗଲା ମାଙ୍କଡ : ଉଦ୍ଧାର କରିବାକୁ ଝାଳନାଳ ହେଲେ ସରକାରୀ ବାବୁ ଓ ପୁଲିସ

Sun Aug 21 , 2022
ମଥୁରା: କେବଳ ସାଧାରଣ ଲୋକ ନୁହଁନ୍ତି, ଉତ୍ତରପ୍ରଦେଶରେ ମାଙ୍କଡ ଆତଙ୍କ ଯୋଗୁଁ ଅଧିକାରୀମାନେ ମଧ୍ୟ ଅସୁବିଧାରେ ପଡିଛନ୍ତି। ମାଙ୍କଡମାନଙ୍କ ପ୍ରତି ବିପଦ ଥିବାରୁ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ପ୍ରାୟ ସମୟ ମାଙ୍କଡମାନେ ଲୋକଙ୍କୁ ଆକ୍ରମଣ କରୁଥିବାବେଳେ ସେମାନଙ୍କର ଜିନିଷ ନେଇ ପଳାୟନ କରୁଛନ୍ତି। ତେବେ ଏଥର ମାଙ୍କଡ଼ ଆତଙ୍କର ଶିକାର କୌଣସି ସାଧାରଣ ଲୋକ ହୋଇନାହାନ୍ତି ବରଂ ଜିଲ୍ଲାର ସର୍ବେସର୍ବା କୁହାଯାଉଥିବା ଜିଲ୍ଲାପାଳଙ୍କ ସହ ଏହା ଘଟିଛି। ବଡ […]
ଜିଲ୍ଲାପାଳଙ୍କ ଚଷମା ନେଇ ପଳାଇଲା ମାଙ୍କଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial