ନୟାଗଡ଼ରେ ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ: ଧରାପଡ଼ିଲେ ଯୁବକ

ନୟାଗଡ଼ରେ ଜାଲ୍ ନୋଟ୍ କାରବାର-1

ଘରେ ଛପାଉଥିଲେ ଜାଲ୍ ନୋଟ୍

ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ରହୁଥିବା ଜଣେ ଯୁବକ ନକଲି ଟଙ୍କା ବା ଜାଲ୍ ନୋଟ୍ ତିଆରି କରୁଥିବା ବେଳେ ଧରାପଡ଼ିଛନ୍ତି। ଯୁବକକଙ୍କ ନାମ ଦିବ୍ୟରଞ୍ଜନ ହୋତା(୪୨) , ତାଙ୍କ ଘର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୋସ୍କା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦିବ୍ୟରଞ୍ଜନ ଆଜି ଅପରାହ୍ନରେ ଦୁର୍ଗାପ୍ରସାଦ ସ୍ଥିତ ୟାମାହା ସୋରୁମ୍ ଗାଡ଼ି କିଣିବାକୁ ଯାଇଥିଲେ। ଏନେଇ ସମସ୍ତ କାଗଜପତ୍ର କାମ ସରିବା ପରେ ସୋ ରୁମରେ ୧ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ଏସବୁ ୫୦୦ ଟଙ୍କିଆ ନୋଟ୍ ଦେଖି ସୋରୁମ୍ କର୍ମଚାରୀମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଦିବ୍ୟରଞ୍ଜନ ଓ ତାଙ୍କ ସହଯୋଗୀଙ୍କୁ ସୋରୁମ୍ କର୍ତ୍ତୃପକ୍ଷ ଅଟକ ରଖି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ।

ଟାଉନ ଥାନା ପୁଲିସ ଏହି ନକଲି ଟଙ୍କାକୁ ଜବତ୍ କରିବା ସହିତ ଦିବ୍ୟରଞ୍ଜନଙ୍କ ଭଡ଼ା ଘରେ ଚଢାଉ କରିଥିଲା। ସେଠାରୁ ପ୍ରିଣ୍ଟର ସମେତ ଅନେକ ଚିରା ନୋଟ୍ ଆଦି ଜବତ କରିଛି ପୋଲିସ। ଦିବ୍ୟରଞ୍ଜନଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ଘଟଣାର ଅଧିକ ଅନୁସନ୍ଧାନ ଚାଲିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ଭୁଶୁଡି ପଡ଼ିଲା ରାମିଆଳ ସେତୁ: ବାଇକ୍‌ ସହ ଗାତରେ ପଡ଼ିଲେ ଆରୋହୀ

Tue Oct 20 , 2020
କାମାକ୍ଷାନଗର: କାମାକ୍ଷାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେତୁକାମ ଆରମ୍ଭରୁ ନିର୍ମାଣ ଭୁଶୁଡି ପଡ଼ି ସୃଷ୍ଟି ହୋଇଥିବା ଗାତରେ ପଡ଼ି ଯାଇଛନ୍ତି ଜଣେ ବାଇକ୍‌ ଚାଳକ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମାଠାରେ ରାମିଆଳ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭରୁ ହିଁ ଭୁଶୁଡ଼ି ପଡ଼ି ଗାତ ହୋଇ ଯାଇଥିବା ସୂଚନା ରହିଛି। ସେଇ ବାଟ ଦେଇ ଯାଉଥିବା ଜଣେ ବାଇକ୍‌ ଚାଳକ ଉକ୍ତ ଗାତରେ ଖସି […]
ଭୁଶୁଡି ପଡ଼ିଲା ରାମିଆଳ ସେତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial