କଟକ ବଡମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି : ଥାନାରେ ଏତଲା ଦେଲେ ବାପା

କଟକ ବଡମେଡିକାଲ

କଟକ: ଏସସିବି ବଡ ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ। ପ୍ରସୂତି ବିଭାଗର ଆଇସିୟୁରୁ ପିଲା ଚୋରି ଅଭିଯୋଗ ହୋଇଛି। ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁଛନ୍ତି। ଚିକିତ୍ସା ସମୟରେ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା। ନବଜାତ ଶିଶୁର ବାପା ତୋଫାନ କୁମାର ଜେନାଙ୍କ କହିବା ମୁତାବକ ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ସେହି ଦିନ ତାଙ୍କର ଯାଆଁଳା ଶିଶୁ କନ୍ୟା ଜନ୍ମ ହୋଇଥିଲା ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିଲେ। ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ସକାଳେ ଡାକ୍ତର କହିଥିଲେ। ମାତ୍ର ଆଜି ଚେକଅପ କରିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣାପଡିଥିଲା।
ତେବେ ଶିଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ଆଇସିୟୁରେ ଭର୍ତ୍ତି କରିଥିଲେ। ଶିଶୁ କନ୍ୟାର ପିଉସୀ ଆଡମିଶନ କରିକି ଆସିବା ପରେ ଦିନ ୩ଟାରେ ଶିଶୁ କନ୍ୟା ଚୋରି ହୋଇଥିବା ପିଉସୀ ଜାଣିବାକୁ ପାଇଥିଲେ। ତେବେ ଶିଶୁର ବାପାଙ୍କ କହିବା କଥା ଯେତେବେଳେ ଆଇସିୟୁ ଭିତରକୁ କାହାକୁ ଅନୁମତି ନାହିଁ କିଭଳି ଆଇସିୟୁରୁ ଝିଅ ଚୋରି ହେଲା। ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା। ଏହି ଘଟଣାକୁ ନେଇ ତୋଫାନ ଏସସିବି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଆଉ ଏହି ଘଟଣାକୁ ନେଇ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ଯେ କଟକ ବଡ ମେଡିକାଲରେ କେବଳ ଦଲାଲ ନାହାନ୍ତି ବରଂ ଚୋର ମଧ୍ୟ ଅଛନ୍ତି।

Share Now:

Kalinga News Beuro

Next Post

ବିବାଦରେ ବାଲିଯାତ୍ରା ତଳପଡ଼ିଆ ଟେଣ୍ଡର୍‌ : ଏନ୍‌ଜିଟି ନିର୍ଦ୍ଦେଶ ମାନୁନି ପୂର୍ତ୍ତ ବିଭାଗ

Mon Sep 26 , 2022
କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏ ପଟେ ପୂର୍ତ୍ତ ବିଭାଗ କିନ୍ତୁ ପୂରା ବାଲିଯାତ୍ରା ପଡ଼ିଆକୁ ସମତୁଲ କରିବା ପାଇଁ ଟେଣ୍ଡର୍‌ ଆହ୍ବାନ କରି ଅଢେଇ କୋଟି […]
ବିବାଦରେ ବାଲିଯାତ୍ରା ତଳପଡ଼ିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial