ସମ୍ପତି ପାଇଁ ବାପାମାଆଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟାକଲା ନୃଶଂସ ପୁଅ

ବାପାମାଆଙ୍କୁ ହତ୍ୟା

ହରିଆଣା: ହରିଆଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହୋଟେଲ୍‌ ନିଜ ନାଁରେ ନକରିବାରୁ ଜଣେ ପୁଅ ବାପାମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହରିଆଣାର ଝଝର ରୋଡ୍‌ରେ ଥିବା ୱାର୍ଡ ୧୮ର ହୋଟେଲ୍‌କୁ ନିଜ ନାଁରେ କରିବାକୁ ପୁଅ ବାପାମାଆଙ୍କୁ କହିଥିଲା। ବାପାମାଆ ତା’ କଥା ନମାନିବାରୁ ସେ ରାଗରେ ଆସି ସେମାନଙ୍କୁ ଗୁଳି କରି ହତ୍ୟା କରିଛି।
ଆଜି ଭୋର୍‌ ୪ଟାରୁ ଏହି ୨ଟି ହତ୍ୟା ବିଷୟରେ ତଥ୍ୟ ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ମୃତ ବାପ ଜଣକ ଚନ୍ଦବାନ୍‌(୫୮) ବୋଲି ଜାଣିବାକୁ ପାଇଛି। ଚନ୍ଦ୍ରବାନଙ୍କର ନିଜର ଏକ ହୋଟେଲ୍‌ ଅଛି। ତାଙ୍କ ପୁଅ ତରୁଣ ହୋଟେଲ୍‌ଟିକୁ ନିଜ ନାଁରେ କରିବାକୁ ବାପାଙ୍କୁ କହିଲେ। ବାପା ଅରାଜି ହେବାରୁ ସେ ଏପରି କାଣ୍ଡ ରଚିଛନ୍ତି। ଘଟଣାରୁ ପ୍ରକାଶ ଯେ ତରୁଣ ଭୋର୍‌ ପ୍ରାୟ ୪ଟା ବେଳେ ତାଙ୍କ ବାପାମାଆ ଶୋଇଥିବା ଅବସ୍ଥାରେ ତାଙ୍କ ରୁମ୍‌କୁ ଯାଇଥିଲେ ଓ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ତରୁଣ ପତ୍ନୀ ଆସି ଦେଖନ୍ତି ତ ତାଙ୍କ ଶାଶୂ ଓ ଶଶୁର ଖଟରେ ଶୋଇଛନ୍ତି ଓ ଖଟ ସାରା ରକ୍ତରେ ଜୁଡୁବୁଡୁ ହୋଇଛି। ସେ ତା’ପରେ ଏ ନେଇ ପୁଲିସ୍‌କୁ ଖବର ଦେଲେ। ମାତ୍ର ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତରୁଣ ତାଙ୍କ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇ ସାରିଥିଲେ।

Share Now:

Kalinga News Beuro

Next Post

୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ : ଜାତିସଂଘ ଜନସଂଖ୍ୟା ବିଭାଗ

Sat Jul 23 , 2022
ନୂଆଦିଲ୍ଲୀ: ଆଗାମୀ ୭୮ ବର୍ଷ ମଧ୍ୟରେ ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗ ରିପୋର୍ଟ କରିଛି। ଅଧିକ ଜନସଂଖ୍ୟା ବ୍ୟକ୍ତିଗତସ୍ତର‌ରେ ସମ୍ବଳ ଅଭାବର କାରଣ ହୋଇଥିବା ବେଳେ ଜନସଂଖ୍ୟା ହ୍ରାସ ମଧ୍ୟ ସମ୍ବଳ ଅଭାବର ନିରାକରଣ ନୁହେଁ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗର ଉକ୍ତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି। ‘ଷ୍ଟାନ୍‌ଫୋର୍ଡ ଅଧ୍ୟୟନ’ ଦର୍ଶାଇଛି ଯେ, ଜନସଂଖ୍ୟା ବୃଦ୍ଧି […]
ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial