କାରରେ ଯାଉଥିବାବେଳେ ଆଇଏନଡି ରାଜ୍ୟ ସଭାପତିଙ୍କୁ ଗୁଳିମାଡ

ଚଣ୍ଡୀଗଡ଼: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଜି ଅପରାହ୍ନରେ କାରରେ ଯାଉଥିବାବେଳେ ନାଫେ ସିଂ ରାଠୀଙ୍କୁ କିଛି ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ ଜଣେ ସାଥୀଙ୍କର ମଧ୍ୟ ଏହି ଘଟଣାରେ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନାଫେ ସିଂ ରାଠୀ ତାଙ୍କ ସହକର୍ମୀଙ୍କ ସହ ଯାଉଥିବାବେଳେ ବରାହୀ ଫାଟକ ନିକଟରେ ଏହି ଆକ୍ରମଣ ହୋଇଥିଲା ଏବଂ କିଛି ଅଜଣା ଆକ୍ରମଣକାରୀ ତାଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାରେ ରାଠୀଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଥିଲେ। କୁହାଯାଉଛି ଯେ ଗୁଳି ବିନିମୟରେ ଆହତ ହୋଇଥିବା ଅନ୍ୟ ତିନି ଜଣ ହେଉଛନ୍ତି ରାଠୀଙ୍କ ସୁରକ୍ଷାକର୍ମୀ।
ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ, କିନ୍ତୁ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆକ୍ରମଣକାରୀମାନେ ଏକ କାରରେ ଆସି ରାଠୀଙ୍କ ଗାଡି ଉପରକୁ ଗୁଳି ଚଳାଇଥିଲେ। ଗୁଳିର ଶବ୍ଦ ଶୁଣି ସ୍ଥାନୀୟ ଲୋକ ସେଠାରେ ଏକତ୍ରିତ ହୋଇଥିଲେ। ଏହି ଘଟଣାର ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ କାରର ସବୁ ପାର୍ଶ୍ୱରୁ ଗୁଳିଚାଳନା କରାଯାଇଛି। ଗୁଳିମାଡ ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ ଓ ରାଠୀଙ୍କ ସମେତ ସମସ୍ତ ଆହତଙ୍କୁ ବ୍ରହ୍ମଶକ୍ତି ସଞ୍ଜୀବନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ନାଫେ ସିଂଙ୍କ ବେକ, ଅଣ୍ଟା ଏବଂ ଜଙ୍ଘରେ ଅନେକ ଗୁଳି ବାଜିଥିଲା। ଆଉ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର କହିଛନ୍ତି ଯେ ଅନ୍ୟ ଦୁଇଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଛାନଭିନ ଜାରି ରହିଛି। ଉଲ୍ଲେଖ ଥାଉ କି ଲଗାତାର ଦୁଇଟି ବିଧାନସଭା ନିର୍ବାଚନରେ ​​ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ବ୍ୟତୀତ ସେ ବାହାଦୂରଗଡ ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ ମଧ୍ୟ ଥିଲେ।

Share Now:

Kalinga News Beuro

Next Post

ଭାରତ ମହାସାଗରରେ କ୍ଷେପଣାସ୍ତ୍ର ମୁତୟନ କରିବ ଭାରତ

Mon Feb 26 , 2024
ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଉଭୟ ଦେଶର ମୁକାବିଲା କରିବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ-ଉତକ୍ଷେପଣ କ୍ରୁଜ୍ କ୍ଷେପଣାସ୍ତ୍ର (ଏସ୍ଏଲସିଏମ୍)ର ପରୀକ୍ଷଣ କରିବାକୁ ଯାଉଛି। ଆକାଶ ଓ ସ୍ଥଳ ସହିତ ସମୁଦ୍ରରେ ଚୀନ ଓ ପାକିସ୍ତାନର ଯୋଜନାକୁ ପରାସ୍ତ କରିବା ପାଇଁ ଭାରତ ନିଜର ଶକ୍ତି ବଢ଼ାଉଛି। ଏହା ଅଧୀନରେ ଭାରତୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial