ରୋହିଗାଁରେ ଗୋଷ୍ଠୀ ସଂଘର୍ଷ : ବୁଲିଲା ଖଣ୍ଡା, ୫ ଗୁରୁତର

ରୋହିଗାଁରେ ଗୋଷ୍ଠୀ ସଂଘର୍ଷ

କୁକୁଡ଼ାଖଣ୍ଡି: ପଞ୍ଚାୟତ ନିର୍ବାଚନର କିଛି ମାସ ପରେ ପୁଣି ଅଶାନ୍ତ ହୋଇ ପଡ଼ିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ସଦର ଥାନା ଅଧୀନ ରୋହିଗାଁ। ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିବା ସହ ଖଣ୍ଡାକାତି ବୁଲିଛି। ଏଥିରେ ଉଭୟ ଗୋଷ୍ଠୀର ୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ରାତି ପ୍ରାୟ ୮ଟାରେ ଦ୍ଵିତୀକୃଷ୍ଣ ସ୍ଵାଇଁ ଓ ରାଜେନ୍ଦ୍ର ମହାଙ୍କୁଡ଼ଙ୍କ ମଧ୍ୟରେ ଗଣେଶମଣ୍ଡପରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଦ୍ଵିତୀକୃଷ୍ଣଙ୍କୁ ରାଜେନ୍ଦ୍ର ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏହାପରେ ଉଭୟ ସେଠାରୁ ପଳାଇଥିଲେ। କିଛି ସମୟରେ ପରେ ଦ୍ଵିତୀକୃଷ୍ଣ ଘରୁ ଖାଇସାରି ବାହାରକୁ ଆସିଥିବା ବେଳ‌େ ରାଜେନ୍ଦ୍ରଙ୍କ ସମେତ ପ୍ରାୟ ୧୦ରୁ ୧୫ଜଣ ଅଜଣା ଯୁବକ ୫ଟି ବାଇକ୍‌ରେ ବିଭିନ୍ନ ମାରଣାସ୍ତ୍ର, ଖଣ୍ଡା, କାତି, ଠେଙ୍ଗା ଓ ଲୁହାରଡ଼୍ ଧରି ପହଞ୍ଚି ଆତଙ୍କ ଖେଳାଇବା ସହ ବୋମା ଫୁଟାଇବାକୁ ଧମକ ଦେଇଥିଲେ। ଦ୍ବିତୀକୃଷ୍ଣଙ୍କୁ ମାରିବା ପାଇଁ ଗୋଡ଼ାଇବାରୁ ସେ ପ୍ରାଣବିକଳରେ ଘରକୁ ପଳାଇଥିଲେ। ଏହି ସମୟରେ ଗ୍ରାମର ଅନ୍ୟ ଦୁଇଜଣ ଯୁବକ ଶିବରାମ ଜେନା ଓ ଶ୍ରୀକାନ୍ତ ସ୍ୱାଇଁ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଆକ୍ରମଣକାରୀମାନେ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଶିବରାମଙ୍କ ଡାହାଣ ଗୋଡ଼ ଏବଂ ଶ୍ରୀକାନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଏଥିସହ ସରପଞ୍ଚ ବଶିଷ୍ଠ ଜେନାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ଏକାଠି ହୋଇ ଆକ୍ରମଣକାରୀମାନଙ୍କୁ କାବୁ କରି ମାଡ଼ ମାରିଥିଲେ। ୫ ଜଣଙ୍କୁ କାବୁ କରି ପୁଲିସକୁ ସୂଚନା ଦେଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲେ। ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ଓ ସଦର ଥାନାଧିକାରୀ ମହେନ୍ଦ୍ର କୁମାର ସାହୁ ପହଞ୍ଚି ୫ ଜଣଙ୍କୁ ଥାନାକୁ ଆଣିଥିଲେ। ଉଭୟ ଗୋଷ୍ଠୀରୁ ୫ଜଣ ଆହତ ହୋଇଛନ୍ତି। ଦୁଇଟି ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି।

Share Now:

Kalinga News Beuro

Next Post

ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ସାମୁଦ୍ରିକ ବାତ୍ୟା ‘ଅସାନି’ : ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ରହି ପରେ ଦୁର୍ବଳ ହେବ

Mon May 9 , 2022
ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିଥିବା ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଏବେ ଓଡ଼ିଶାର ଦକ୍ଷିଣରେ ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି, ୯ ମେ, ଅପରାହ୍ନ ୨ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ […]
ସାମୁଦ୍ରିକ ବାତ୍ୟା ‘ଅସାନି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial