ପୁଲିସ-ମାଓବାଦୀ ଗୁଳି ବିନିମୟରେ ୩ ମାଓବାଦୀ ନିହତ : ଜଣେ ସିଆରପିଏଫ ଅଧିକାରୀ ଆହତ

ପୁଲିସ-ମାଓବାଦୀ ଗୁଳି ବିନିମୟ

ମ. ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରଙ୍ଗ ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଗୁଳି ବିନିମୟ ସମୟରେ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀଙ୍କୁ ମଧ୍ୟ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

Share Now:

Kalinga News Beuro

Next Post

ଆନନ୍ଦ ଦେଉନି ଶ୍ରୀଲିଙ୍ଗରାଜଙ୍କ ଆନନ୍ଦ ବଜାର

Tue May 9 , 2023
ଭୁବନେଶ୍ୱର: ଅବଢ଼ା ତିଆରି ଓ ବିକ୍ରି ଦୃଷ୍ଟିରୁ ପୁରୀ ଶ୍ରୀମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର ରାଜ୍ୟର ତୃତୀୟ ସର୍ବବୃହତ୍‌। କିନ୍ତୁ ଏହି ଆନନ୍ଦ ବଜାର ଏବେ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଜମାରୁ ଆନନ୍ଦ ଦେଉନି। ଏହାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ଏତେ ବଡ଼, ଐତିହ୍ୟ ଓ ପୁରୁଣା ମନ୍ଦିରର ଆନନ୍ଦ ବଜାରର ଏ ଅବସ୍ଥା, ବାହାରୁ ଆସୁଥିବା […]
ଆନନ୍ଦ ଦେଉନି ଶ୍ରୀଲିଙ୍ଗରାଜଙ୍କ ଆନନ୍ଦ ବଜାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial