୧୩ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରୁଥିବା ବାପା ଗିରଫ

୧୩ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରୁଥିବା ବାପ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟର ଗୋବନ୍ଦୀର ପୂର୍ବ ପ୍ରାନ୍ତରେ ଥିବା ଉପନଗରୀରେ ନିଜ ୧୩ ବର୍ଷୀୟ ଝିଅ ସହିତ ୨ ବର୍ଷ ଧରି ଦୁଷ୍କର୍ମ କରିଥିବା ଓ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଝିଅର ମାଆଙ୍କ ଅଭିଯୋଗ ଆଧାରରେ ‘ଆଇପିସି’ର ବିହିତ ଧାରା ଓ ‘ପୋକ୍‌ସୋ ଆଇନ୍‌’ ଅନୁଯାୟୀ ପୁଲିସ ଶନିବାର ଦିନ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ସ୍ବାମୀର ଆଚାରବ୍ୟବହାରରେ ସନ୍ଦିହାନ ହୋଇ ମହିଳାଜଣକ ଝିଅକୁ ପଚାରିବାରୁ ସବୁ କଥା ଜଣାପଡ଼ିଥିଲା। ଝିଅ କହିଲା ଯେ, ୨ ବର୍ଷ ହେବ ବାପା ତା’ ସହିତ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଘରେ ଦୁଷ୍କର୍ମ କରିବା ସହିତ ବିଭିନ୍ନ ସ୍ଥାନକୁ ନେଇ ବାପା ତା’ ଅନେକ ଥର ଦୁଷ୍କର୍ମ କରିଥିବା କଥା ଝିଅଟି ପୁଲିସକୁ ବି କହିଛି। ଉକ୍ତ ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ଜେରା କରାଯିବା ବେଳେ ଉକ୍ତ ୩୫ ବର୍ଷିୟ ବ୍ୟକ୍ତି ଅପରାଧ ସ୍ବୀକାର କରିଛନ୍ତି। ଆମେ ତାଙ୍କ ସ୍ବୀକାରୋକ୍ତିର ଭିଡିଓ ରେକର୍ଡିଙ୍ଗ୍‌ କରିଛୁ। ତାହାକୁ ‘ଚାର୍ଜସିଟ୍‌’ ସହିତ ପ୍ରମାଣ ଭାବେ ଉପସ୍ଥାପନ କରାଯିବ। ଅଭିଯୁକ୍ତଙ୍କୁ ରବିବାର ଦିନ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ୫ ଦିନ ପାଇଁ ପୁଲିସ ହାଜତକୁ ରିମାଣ୍ଡ୍‌ରେ ପଠାଯାଇଛି।

Share Now:

Kalinga News Beuro

Next Post

ବିରୋଧକୁ ଶକ୍ତିହୀନ କରିବାକୁ ପ୍ରୟାସ : ଦୁର୍ଗନ୍ଧ ପରେ ବିଭେଦର ବିଷ

Mon Nov 6 , 2023
ଚନ୍ଦ୍ରଶେଖରପୁର: ଦିନ ପରେ ଦିନ ଗଡ଼ୁଛି। ହେଲେ ଥମୁନି ସୈନିକ ସ୍କୁଲ ଟିଟିଏସ୍‌ ଅଳିଆ ଦୁର୍ଗନ୍ଧ। ରସୁଲଗଡ଼ରୁ ଆଚାର୍ଯ୍ୟବିହାର ହେଉ, ଅଥବା ରେଳ ଷ୍ଟାଡିୟମ୍‌ଠାରୁ ବାଣୀବିହାର; ସବୁଠି ଏବେ ଅବସ୍ଥା ବେହାଲ। ଘରୁ ବାହାରିବା କ୍ଷଣି ନାକରେ ବାଜୁଛି ଅଳିଆ ଦୁର୍ଗନ୍ଧ। ଗତ ଦୁଇ ଦିନର ଝିପିଝିପି ବର୍ଷାରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ରାତିର ସ୍ଥିତି ଆହୁରି ଭୟଙ୍କର। ସମ୍ପୂର୍ଣ୍ଣ ପରିବେଶ ଦୁର୍ଗନ୍ଧରେ ଫାଟିପଡ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋ‌ଷର […]
ଦୁର୍ଗନ୍ଧ ପରେ ବିଭେଦର ବିଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial