ଭିସୁଟର ଛାତ୍ରୀ ମୃତ୍ୟୁ ଘଟଣା : ଆସିଲା ଡାଏଟମ୍ ଟେଷ୍ଟ ରିପୋର୍ଟ

ଭିସୁଟର ଛାତ୍ରୀ ମୃତ୍ୟୁ ଘଟଣା

ବୁର୍ଲା: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲାର ଡାଏଟମ୍ ଟେଷ୍ଟ ରିପୋର୍ଟ ଆସିଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ଚିନ୍ମୟୀ ପ୍ରିୟଦର୍ଶନୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ସମ୍ବଲପୁର ଏସପି ବି ଗଙ୍ଗାଧର କହିଛନ୍ତି, ମୃତ୍ୟୁ ପୂର୍ବରୁ କୌଣସି ଯୌନାଚାର ହୋଇ ନାହିଁ। ଭିସେରା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ କେହି ତାଙ୍କୁ ଠେଲି ଦେଇଥିଲେ କି ନା। ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ପୂର୍ବରୁ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଯଦିଓ ତଦନ୍ତ ଚାଲିବ, ତଥାପି ହତ୍ୟା ନୁହେଁ ବୋଲି କହି, ଏକପ୍ରକାର ଗାର ଟାଣି ଦେଇଥିଲେ ସମ୍ବଲପୁର ଏସପି। ଏପଟେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଏବଂ ମାନସ ଟୁଡୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି ପୁଲିସ। ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ। ପୂର୍ବରୁ ଏଥିପାଇଁ ୭ଦିନ ବୁର୍ଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Share Now:

Kalinga News Beuro

Next Post

ବିଜେପିରେ ସାମିଲ ହେଲେ ଓଡ଼ିଆ ଅଭିନେତ୍ରୀ ଜିନା ଓ ସ୍ୱାମୀ ରୁଦ୍ର

Sat Mar 11 , 2023
ବାଲେଶ୍ଵର: ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ସମର୍ଥକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଆଜି ବାଲେଶ୍ଵର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଆଲମବ […]
ବିଜେପିରେ ଯୋଗ ଦେଲେ ଜିନା ଓ ରୁଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial