ନବ ଦାସ ମୃତ୍ୟୁ ମାମଲା : ଅଧିକ ତଥ୍ୟ ପାଇଁ ସମୟ ଲାଗିବ-ପୁଲିସ ଡିଜି

ପୁଲିସ ଡିଜି

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ କିଛି ତଥ୍ୟ ହସ୍ତଗତ ହୋଇଛି। ଆହୁରି କିଛି ତଥ୍ୟ ଆସିବାକୁ ସମୟ ଲାଗିବ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହା କହିଛନ୍ତି। ପୁଲିସ ଡିଜି ଶୁକ୍ରବାର କହିଛନ୍ତି, ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ବର୍ତ୍ତମାନ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ନିଜେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ସିବିଆଇରେ କାମ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ସେ ହେଉଛନ୍ତି ଦେଶର ଜଣେ ଭଲ ତଦନ୍ତକାରୀ ଅଫିସର। ତେଣୁ ଏହା ପଛରେ ଥିବା ରହସ୍ୟ ସେ ନିହାତି ଖୋଜି ବାହାର କରିବେ। ତଦନ୍ତର ତଦାରଖ ଜଣେ ଅବସରପ୍ରାପ୍ତ ଜଜ କରୁଛନ୍ତି। ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରି ସହ ଯୋଗାଯୋଗ କରିଛୁ। ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ। ଫରେନ୍‌ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ। ତେବେ କେଉଁ ଦିଗରେ ତଦନ୍ତ ଆଗଉଛି ତାହା ଉପରେ ଧ୍ୟାନ ରଖିଛୁ ବୋଲି ଡିଜିପି ଶ୍ରୀ ବଂଶଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ଜଷ୍ଟିସ ଦାସ ତଦନ୍ତର ତଦାରଖ କରୁଛନ୍ତି। ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଯେଉଁ ପୁଲିସ ଅଧିକାରୀ ଥିଲେ ସେମାନଙ୍କୁ ବଦଳି କରାଯାଇଛି। ମନ୍ତ୍ରୀଙ୍କ ପିଏସଓଙ୍କ ପ୍ରାଥମିକତା ହେଲା ସୁରକ୍ଷା ଦେବା କିନ୍ତୁ ସେ ସେଥିରେ ବିଫଳ ହେଲେ। ଏ ଘଟଣାର ଯେଉଁଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେଇଛୁ। କେହି ଭାବିନଥିବେ ଯାହା ସେଦିନ ଘଟିଯାଇଥିଲା। ଯାହା ପ୍ରମାଣ ମିଳିବ ତାକୁ ନେଇ ତଦନ୍ତ ଆଗେଇବ। କଣ ତଦନ୍ତ ଆସୁଛି ତାହା ଉପରେ ନଜର ରଖିଛୁ। ଯାହା ଆମେ ଦେଖିପାରିନେ ତାହାକୁ ନେଇ ତଦନ୍ତ ଚାଲିଛି। କଣ ଉଦ୍ଦେଶ୍ୟ ରଖି ଗୋପାଳ ହତ୍ୟା କରିଛି ସେଥିପାଇଁ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ୨୦ରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଞ୍ଚାସିନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍‌ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।

Share Now:

Kalinga News Beuro

Next Post

ବାଲ୍ୟ ବିବାହ କରୁଥିବା ପୁରୁଷଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ : ଆସାମ ମୁଖ୍ୟମନ୍ତ୍ରୀ

Fri Feb 3 , 2023
ନୂଆଦିଲ୍ଲୀ: ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହ ଘଟଣାକୁ ନେଇ ଗୁରୁବାର ଏକ ବଡ଼ ପଦକ୍ଷେପ ନେଇଛି। ପୁଲିସ ଏଯାବତ ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ କି ବାଲ୍ୟ ବିବାହକୁ ନେଇ ରାଜ୍ୟରେ ୪୦୦୪ ମାମଲା ରୁଜୁ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଗୁରୁବାର ସୂଚନା ଦେଇ […]
କମ ବୟସର ଝିଅଙ୍କୁ ବିବାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial