ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ବୈଠକ ପାଇଁ ଓଡ଼ିଶାରେ ପହଞ୍ଚିଲେ ବିଦେଶୀ ପ୍ରତିନିଧି

ଓଡ଼ିଶାରେ ପହଞ୍ଚିଲେ ବିଦେଶୀ ପ୍ରତିନିଧି

ଭୁବନେଶ୍ୱର: ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠାନ୍ତ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗନ୍ତ ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନନ୍ତ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯିବ। ବୈଠକ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ ଏବଂ ଲାଇଫ-ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ ମେଣ୍ଟ ବା ପରିବେଶ ପାଇଁ ଜୀବନଶୈଳୀ ବିଷୟରେ ଆଲୋକପାତ କରିଥିଲେ।

Share Now:

Kalinga News Beuro

Next Post

ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ‘ଦ କେରଳ ଷ୍ଟୋରି’

Sun May 14 , 2023
ମୁମ୍ବାଇ: ‘ଦ କେରଳ ଷ୍ଟୋରି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର କାହାଣୀକୁ ବହୁତ ପସନ୍ଦ କରୁଥିବାବେଳେ ଏବେ ଏହି ଫିଲ୍ମ ଆୟ ଦୃଷ୍ଟିରୁ ଶହେ କୋଟି କ୍ଲବରେ ସାମିଲ ମଧ୍ୟ ହୋଇସାରିଛି। ମିଳିଥିବା ସୂଚନା ମୁତାବକ ‘ଦ କେରଳ ଷ୍ଟୋରି’ ମେ ୧୨ରେ ୧୨.୩୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ମେ ୧୩ ୧୯.୫ କୋଟି ଟଙ୍କା ସଂଗ୍ରହ କରିଛି। ଆଉ […]
‘ଦ କେରଳ ଷ୍ଟୋରି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial