ପୁଲିସ୍‌ ପକ୍ଷରୁ ଆରମ୍ଭ ହେଲା ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ

ଆରମ୍ଭ ହେଲା ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଛି ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ। ପାଟି ଓ ନାକ ଦ୍ବାରା କରୋନା ଭୂତାଣୁ ଦେହକୁ ପ୍ରବେଶ କରୁଥିବାରୁ ମାସ୍କ୍ ଦ୍ବାରା ଆବୃତ୍ତ ରଖିବାକୁ ପୁଲିସ୍ ପକ୍ଷରୁ ଆହ୍ବାନ ଦିଆଯାଇଛି। ଶୁକ୍ରବାର ସକାଳେ ପୁଲିସ୍ ଏନଫୋର୍ସମେଣ୍ଟ ଟିମ୍ ବିଶେଷକରି ପରିବା ଓ ମାଛ ମାର୍କେଟ୍ ଭଳି ଜନଗହଳି ସ୍ଥାନକୁ ଟାର୍ଗେଟ୍ କରିଥିଲା। ୟୁନିଟ୍-୪ ଓ ୭, ଜୟଦେବବିହାର, ସାନାଟୋରିୟମ୍ ଛକ ପ୍ରମୁଖ ଅଞ୍ଚଳ ବୁଲି ପୁଲିସ୍ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ତାଗିଦ୍ କରିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିଥିଲା। ପୁଲିସ୍ ପକ୍ଷରୁ ଦଶରୁ ଅଧିକ ଛକରେ ଚଢ଼ଉ କରାଯାଇଥିବା ବେଳେ ୨୧୩୨ ଅମାନିଆ ଜରିମାନା ଗଣିଥିଲେ। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ଭାଙ୍ଗିବାକୁ ନେଇ ମୋଟ ୧ ଲକ୍ଷ ୭୮ହଜାର ୮ଶହ ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି। ଅପରପକ୍ଷେ ଆଜି ସନ୍ଧ୍ୟାରେ ଡମଣା, ପଟିଆ, ଚନ୍ଦ୍ରଶେଖରପୁର, କିଟ୍ ଭଳି ଜନଗହଳିପୂର୍ଣ୍ଣ ଛକରେ ଚେକିଂ କରାଯାଇଥିଲା। ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ସାଧାରଣରେ ଅଯଥା ଭିଡ଼ ନ ଜମାଇବାକୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା।

Share Now:

Kalinga News Beuro

Next Post

କରୋନାକୁ ଆଳ କଲା ଛତିଶଗଡ଼: ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣି ସ୍ଥଗିତ

Sat Apr 10 , 2021
ନୂଆଦିଲ୍ଲୀ : ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣିକୁ ସ୍ଥଗିତ କରି ଦିଆଯାଇଛି। ଓଡ଼ିଶାର ସହମତି ନେଇ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲେ ଯେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ ୯ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ରାୟପୁର ସମେତ ୬ଟି ଜିଲ୍ଲାକୁ କନ୍‌ଟେନମେଣ୍ଟ୍‌ ଜୋନ୍‌ ରୂପେ ଘୋଷଣା କରାଯାଇଛି। ଯେଉଁଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହାକୁ ବିଚାରକୁ ନେଇ ଟ୍ରିବ୍ୟୁନାଲ ଆଜିର ଶୁଣାଣିକୁ […]
କରୋନାକୁ ଆଳ କଲା ଛତିଶଗଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial