କରୋନାକୁ ଆଳ କଲା ଛତିଶଗଡ଼: ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣି ସ୍ଥଗିତ

କରୋନାକୁ ଆଳ କଲା ଛତିଶଗଡ଼

ନୂଆଦିଲ୍ଲୀ : ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣିକୁ ସ୍ଥଗିତ କରି ଦିଆଯାଇଛି। ଓଡ଼ିଶାର ସହମତି ନେଇ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲେ ଯେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ ୯ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ରାୟପୁର ସମେତ ୬ଟି ଜିଲ୍ଲାକୁ କନ୍‌ଟେନମେଣ୍ଟ୍‌ ଜୋନ୍‌ ରୂପେ ଘୋଷଣା କରାଯାଇଛି। ଯେଉଁଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହାକୁ ବିଚାରକୁ ନେଇ ଟ୍ରିବ୍ୟୁନାଲ ଆଜିର ଶୁଣାଣିକୁ ସ୍ଥଗିତ ରଖି ପରବର୍ତ୍ତୀ ଶୁଣାଣି ମେ’ ୮ରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି। ଟ୍ରିବ୍ୟୁନାଲଙ୍କୁ ପତ୍ର ଲେଖି ଛତିଶଗଡ ଆହୁରି କହିଛି ଯେ ଅଣ ମୌସୁମୀ ଋତୁରେ ମହାନଦୀର ଜଳ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଓଡିଶା ସହିତ ବିଚାର ଆଲୋଚନା ଜାରି ରହିଛି। ତେବେ ଅନ୍ତରୀଣ ବ୍ୟବସ୍ଥା ପାଇଁ ସହମତିର ସମସ୍ତ ସମ୍ଭାବନାକୁ ବିଚାର କରାଯିବା ପାଇଁ ଆହୁରି କିଛି ଅଧିକ ସମୟ ଲାଗିବ। ଏଥିସହିତ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣିକୁ ଅଧିକ ସମୟ ଘୁଞ୍ଚାଇ ଦେବା ପାଇଁ ମଧ୍ୟ ଛତିଶଗଡ଼ ଅନୁରୋଧ କରିଛି।

Share Now:

Kalinga News Beuro

Next Post

ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକ

Sat Apr 10 , 2021
ଲଣ୍ଡନ : ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌-୨ଙ୍କ ପତି ପ୍ରିନ୍ସ ଫିଲିପ୍‌ଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି। ବକିଂହାମ୍‌ ପ୍ୟାଲେସ୍‌ ଦ୍ବାରା ଆଜି ଏକ ବିବୃତି ଜାରିକରି କୁହାଯାଇଛି, ‘ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗ’ ପ୍ରିନ୍ସ ଫିଲିପ୍‌ ଆଜି ସକାଳେ ୱିଣ୍ଡ୍‌ସର କେସଲ୍‌ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମହାରାଣୀଙ୍କୁ ସେ ଦୀର୍ଘ ୬୯ ବର୍ଷ ଧରି ସମର୍ଥନ ଓ ସହଯୋଗ କରିଛନ୍ତି। ୨୦୧୭ରେ ସେ ବ୍ରିଟିଶ୍‌ ରାଜକୀୟ ସେବାରୁ […]
ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial