ଅରୁଣାଚଳ ହେଲିକପ୍ଟର ଦୁର୍ଘଟଣା : ପାଇଲଟ୍ ଜରୁରୀକାଳୀନ ସୂଚନା ପଠାଇଥିଲେ

ଅରୁଣାଚଳ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ : ଶୁକ୍ରବାର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାକୁ ନେଇ କେତେକ ନୂଆ ତଥ୍ୟ ଆସିଛି। ହେଲିକାପ୍ଚର ଦୁର୍ଘଟଣା ହେବା ପୂର୍ବରୁ ପାଇଲଟଙ୍କ ପକ୍ଷରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ‘ମେ ଡେ କଲ୍’ କରାଯାଇଥିଲା। ବିମାନର ପାଇଲଟ କିମ୍ବା ଜାହାଜର ଚାଳକ ବିପଦରେ ପଡ଼ିବା ପରେ ଉଦ୍ଧାର ପାଇଁ ଏପରି ସିଗନାଲ ଦେଇଥାନ୍ତି। ଏଥିରୁ ଜଣାପଡ଼ୁଛି ଯେ ହେଲିକାପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିଲା ଓ ଆକାଶରେ ଥିବାବେଳେ ହିଁ ପାଇଲଟ୍ ତାହାକୁ ଜାଣିପାରିଥିଲେ। ତେବେ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ଦୁର୍ଘଟଣାର ପ୍ରକୃତ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ। ସୂଚନାଯୋଗ୍ୟ ଯେ, ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ ସମୟରେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାର ମିଗିଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେନାର ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ଏଏଲଏଚ) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ। ଦୁର୍ଘଟଣା ସ୍ଥଳ ଅତ୍ୟନ୍ତ ଦୁର୍ଗମ ଥିବାରୁ ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ବାୟୁସେନା ଓ ସେନାର ମିଳିତ ଉଦ୍ଧାରକାରୀ ଦଳ ଅପରାହ୍ନରେ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ ଓ ସଂଧ୍ୟାସୁଦ୍ଧା ଦୁର୍ଘଟଣାସ୍ଥଳରୁ ୫ଟି ମୃତଦେହ ଉଦ୍ଧାର କରିଥିଲେ।

Share Now:

Kalinga News Beuro

Next Post

କମ୍ୟୁନିଷ୍ଟ ମହାସଭାରୁ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହ୍ୟୁ ଜିନ୍ତାଓଙ୍କୁ ବିଦା କରିଦେଲେ ପରିଚାରକ

Sat Oct 22 , 2022
ବେଜିଙ୍ଗ୍‌: ଆଜି ଶାସକ କମ୍ୟୁନିଷ୍ଟ୍‌ ପାର୍ଟିର ମହାସଭାର ସମାବର୍ତ୍ତନ ଉତ୍ସବରୁ ଅପ୍ରତ୍ୟାଶିତ ଭାବେ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହ୍ୟୁ ଜିନ୍ତାଓଙ୍କୁ ବାହାର କରିଦିଆଯାଇଛି। ସି ଜିନ୍‌ପିଙ୍ଗ୍‌ଙ୍କ ଠିକ୍‌ ପୂର୍ବରୁ ଜିନ୍ତାଓ ଚୀନ୍‌ର ରାଷ୍ଟ୍ରପତି ଥିଲେ। ପାର୍ଟିର ମହାସଭାରେ ଉପସ୍ଥିତ ଥିବା ‘ରଏଟର୍ସ’ର ଜଣେ ପ୍ରତିନିଧି କହିଛନ୍ତି, ରାଷ୍ଟ୍ରପତି ସି’ଙ୍କ ବାମ ପାର୍ଶ୍ବରେ ଆସନ ଗ୍ରହଣ କରିଥିବା ୭୯ ବର୍ଷିୟ ହ୍ୟୁଙ୍କୁ ଦୁଇ ଜଣ ପରିଚାରକ ବେଜିଙ୍ଗ୍‌ସ୍ଥିତ ‘ଗ୍ରେଟ୍‌ ହଲ୍‌ ଅଫ୍‌ […]
ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହ୍ୟୁ ଜିନ୍ତାଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial