୨୦୧୫ ପରେ ଚେନ୍ନାଇରେ ସବୁଠୁ ଅଧିକ ବୃଷ୍ଟିପାତ : ବନ୍ୟା ସତର୍କ ସୂଚନା ଜାରି

ବନ୍ୟା ସତର୍କ ସୂଚନା ଜାରି

ଚେନ୍ନାଇ: ଗତରାତିରୁ ଆଜି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେତୁ ଚେନ୍ନାଇ ନଗର ଓ ଉପନଗର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ୨୦୧୫ ପରେ ଏହା ହେଉଛି ଚେନ୍ନାଇରେ ସବୁଠୁ ଅଧିକ ବୃଷ୍ଟିପାତ। ସହରରେ ଥିବା ଦୁଇଟି ଜଳଭଣ୍ଡାର ଖୋଲା ଯିବାର ସମ୍ଭାବନା ଉପୁଜିଥିବାରୁ ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ ପ୍ରାରମ୍ଭିକ ବନ୍ୟା ସତର୍କସୂଚନା ଜାରି କରିଛନ୍ତି। ତାମିଲନାଡୁର ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍‌ ଟୁଇଟ୍‌ କରି କହିଛନ୍ତି, ଆରବ ସାଗରରେ ଗୋଟାଏ ଲଘୁଚାପ ହୋଇଛି ଏବଂ ଆଣ୍ଡାମାନ ସାଗରରେ ହେବାକୁ ଥିବା ଆଉ ଏକ ଲଘୁଚାପ ଯୋଗୁଁ ଏଠାରେ ପ୍ରବଳ ବର୍ଷା ହେବ। ପ୍ରବଳ ବର୍ଷାରେ ବିଶେଷକରି, ଉତ୍ତର କେନ୍ଦ୍ରୀୟ ଚେନ୍ନାଇ ରାସ୍ତାଘାଟରେ ପାଣି ଜମିଥିବା ଦୃଶ୍ୟସମ୍ବଳିତ ଫଟୋ ସାମାଜିକ ଗଣମାଧ୍ୟମରେ ଲୋକେ ପୋଷ୍ଟ୍‌ କରିଛନ୍ତି।ବହକା ବର୍ଷାଜଳ ବାହାର କରିଦେବା ପାଇଁ ଚେନ୍ନାଇ ପାଇଁ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳ ଉତ୍ସ ‘ଚେମ୍ବରମ୍ବକ୍କମ୍‌’ ଏବଂ ‘ପୁଝଲ’ ଜଳଭଣ୍ଡାର ଖୋଲାଯିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ଘୋଷଣା କରିଛନ୍ତି। ଏଥିଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଘୋଷଣା କରି ରାଜ୍ୟ ଜଳ ସମ୍ପଦ କର୍ତ୍ତୃପକ୍ଷମାନେ ତଳିଆ ଅଞ୍ଚଳରେ ଥିବା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ଲାଗି କାଞ୍ଚିପୁରମ୍‌ ଓ ତିରୁବଲ୍ଲୁର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ସକାଳୁ ଚେନ୍ନାଇ ଓ କାଞ୍ଚିପୁରମ୍‌ ଓ ତିରୁବଲ୍ଲୁର ଜିଲ୍ଲାରେ କେତେକ ନଗରାଞ୍ଚଳରେ ଅନର୍ଗଳ ବର୍ଷା ଆରମ୍ଭ ହୋଇ ରାତି ଏବଂ ଆଜି ସକାଳ ପର୍ଯ୍ୟନ୍ତ ବର୍ଷୁଥିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ଲୋକଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା : ଡାକ୍ତର, ନର୍ସଙ୍କ ପାଇଁ ବସିବାକୁ ଜାଗା ନାହିଁ

Sun Nov 7 , 2021
ଫୁଲନଖରା: ୭୦ ବର୍ଷର ପୁରୁଣା ବାରଙ୍ଗ ବ୍ଲକ ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମସ୍ୟାରେ ଜର୍ଜରିତ। ୫ ଜଣ ଡାକ୍ତର, ଜଣେ ଆୟୁର୍ବେଦିକ ଡାକ୍ତର, ୨ ଜଣ ଫାର୍ମାସିଷ୍ଟ, ୫/୬ ଜଣ ନର୍ସ, ଏଭଳି ପ୍ରାୟ ୩୦ ଜଣ ଡାକ୍ତର-କର୍ମଚାରୀ ଅଛନ୍ତି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ। ସ୍ତ୍ରୀ-ପ୍ରସୂତି, ଶିଶୁ ରୋଗ ଭଳି ଆବଶ୍ୟକ ବିଶେଷଜ୍ଞ ବି ଅଛନ୍ତି। କିନ୍ତୁ ସେମାନଙ୍କ ପାଇଁ ରହିବାକୁ କ୍ବାର୍ଟର ନାହିଁ। କ୍ବାର୍ଟର ମରାମତି ଆଳରେ […]
ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial