ଜାତୀୟ ଶିକ୍ଷା ନୀତି ଉପରେ ଶିକ୍ଷକଙ୍କ ମତାମତ ଲୋଡ଼ିଲା କେନ୍ଦ୍ର: ଅଗଷ୍ଟ ୩୧ ସୁଦ୍ଧା ଦେଇପାରିବେ ମତ

ଜାତୀୟ ଶିକ୍ଷା ନୀତି

ନୂଆଦିଲ୍ଲୀ: ନୂତନ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପୂର୍ବରୁ ଦେଶର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କ ମତାମତ ଲୋଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ମନ୍ତ୍ରାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିତା କରୱାଲ ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି। ଶିକ୍ଷକ, ଅଧ୍ୟକ୍ଷମାନେ ସରଳ ଭାବେ ଶିକ୍ଷା ନୀତିର ପ୍ରତି ବିଷୟ ଉପରେ ମତ ଦେଇପାରିବେ। ପରାମର୍ଶଗୁଡ଼ିକ ଆସିବା ପରେ ଏନସିଇଆରଟିର ବିଶେଷଜ୍ଞ ଟିମ୍‌ ତାହାକୁ ସମୀକ୍ଷା କରିବ। ଯେଉଁ ଅଧ୍ୟାପକଙ୍କ ପରାମର୍ଶ ବିଚାରଯୋଗ୍ୟ ହେବ ସେଗୁଡ଼ିକୁ ଆଉ ଥରେ ଆଲୋଚନା କରାଯିବ। ସେହି ଅଧ୍ୟାପକମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ। କମ୍‌ ଶବ୍ଦରେ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି। ନିଜ ଅନୁଭବ ଆଧାରରେ ପରାମର୍ଶ ଦେବାକୁ କେନ୍ଦ୍ର ଶିକ୍ଷା ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।
ଶିକ୍ଷକ ଓ ଅଧ୍ୟକ୍ଷମାନେ http://innovateindia.mygov.in/nep2020 କୁ ଯାଇ ପ୍ରଥମେ ସେମାନଙ୍କ ତଥ୍ୟ ଦେବେ। ଏହାପରେ ସେମାନେ ବିଷୟ ଅନୁଯାୟୀ ପ୍ରଶ୍ନକୁ ଅନୁଧ୍ୟାନ କରି ମତ ଦେଇପାରିବେ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବେ। ସରକାରୀ ବିଦ୍ୟାଳୟ, ଘରୋଇ ସ୍କୁଲ, ଅନୁବନ୍ଧିତ ସ୍କୁଲଙ୍କୁ ଅବଗତ କରାଇବା ପାଇଁ ଏସସିଇଆରଟି, ଡିଆଇଇଟି, ଡିଇଓ, ବିଆରସି, ସିଆରସିଙ୍କ ସହାୟତା ନେଇପାରିବେ। ଅଗଷ୍ଟ ୨୪ ତଥା ଆଜିଠାରୁ ଅଗଷ୍ଟ ୩୧ ମଧ୍ୟରେ ସେମାନେ ସେମାନଙ୍କ ମତାମତ ଦେଇପାରିବେ।

Share Now:

Kalinga News Beuro

Next Post

ଅଣ୍ଡା ବ୍ୟବସାୟୀଙ୍କୁ ମାରି ନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ

Mon Aug 24 , 2020
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦାଣ୍ଡିସାହି ନିକଟ କଣ୍ଠିଆନାଳ ନଦୀରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣକ ହେଉଛନ୍ତି ଚତୁର୍ଭୁଜ ସେଠୀ(୨୫)। ତାଙ୍କ ଘର ଡେରାବିଶ ଥାନା କୁଷୁନୁପୁର ବେରାଡି ଅଞ୍ଚଳରେ ହୋଇଥିବା ବେଳେ ସେ ହୋଲସେଲ୍‌ ଅଣ୍ଡା ବ୍ୟବସାୟ କରୁଥିଲେ। ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଛି ବୋଲି ଚତୁର୍ଭୁଜଙ୍କ ବାପା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ […]
ବ୍ୟବସାୟୀଙ୍କୁ ମାରି ଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial