ପୁଣି ବିବାଦରେ ରାମଦେବଙ୍କ କରୋନିଲ୍: ସ୍ପଷ୍ଟୀକରଣ ଲୋଡ଼ିଲା ଭେଷଜ ସଂଘ

ବିବାଦରେ ରାମଦେବଙ୍କ କରୋନିଲ୍

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ସଂସ୍ଥା ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଉପଯୋଗୀ ଔଷଧ ‘କରୋନିଲ୍‌’ ପୁଣି ଥରେ ବିବାଦରେ ଫସିଛି। ଗତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପସ୍ଥିତିରେ ରାମଦେବ ଉକ୍ତ ଔଷଧର ଲୋକାର୍ପଣ କରିଥିଲେ। ଏହା ଆୟୁଷ ମନ୍ତ୍ରଣାଳୟର ଭେଷଜ ଉତ୍ପାଦ ପ୍ରମାଣପତ୍ରପ୍ରାପ୍ତ(ସିଓପିପି) ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଉତ୍ତମ ପ୍ରସ୍ତୁତ ପ୍ରଣାଳୀ ପ୍ରମାଣପତ୍ରପ୍ରାପ୍ତ(ଜିଏମ୍‌ପି) ଔଷଧ ବୋଲି ରାମଦେବ ଘୋଷଣା କରିଥିଲେ। ତେବେ ରାମଦେବଙ୍କ ଏଭଳି ଘୋଷଣା ସମ୍ପୂର୍ଣ୍ଣ ମିଛ ଏବଂ ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ) ଦାବି କରିଛି। ଦେଶର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୁଖରେ କିପରି ନିର୍ଦ୍ଧାରିତ ପରୀକ୍ଷାନିରୀକ୍ଷା ବିହୀନ ତଥା ବିଜ୍ଞାନସମ୍ମତ ତଥ୍ୟବିହୀନ ଔଷଧର ଏପରି ପ୍ରଚାର କରାଗଲା ବୋଲି ଆଇଏମ୍‌ଏ ପ୍ରଶ୍ନ କରିଛି। ସମଗ୍ର ଦେଶ ଏ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରୁ କୈଫିୟତ ଚାହୁଛି ଏବଂ ଭାରତୀୟ ଭେଷଜ ପରିଷଦର ଆଚାର ସଂହିତାକୁ ଅସମ୍ମାନ କରିଥିବା ବାବା ରାମଦେବଙ୍କ ଠାରୁ ମଧ୍ୟ କୈଫିୟତ ମାଗିବା ଲାଗି ସଂଘ ଜାତୀୟ ଭେଷଜ ପରିଷଦକୁ ଚିଠି ଲେଖିବ ବୋଲି କହିଛି।

Share Now:

Kalinga News Beuro

Next Post

‘ନିୟୁ ମୋଟେରା ଷ୍ଟାଡିୟମ୍‌’ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Wed Feb 24 , 2021
ଅହମଦାବାଦ: ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର ଅହମଦାବାଦରେ ୧,୧୦,୦୦୦ ଦର୍ଶକ ଧାରଣ କରିବା ସାମର୍ଥ୍ୟ ଥିବା ବିଶ୍ୱର ବୃହତ୍ତମ କ୍ରିକେଟ୍‌ ଷ୍ଟାଡିୟମ୍‌ ‘ନିୟୁ ମୋଟେରା ଷ୍ଟାଡିୟମ୍‌’ର ଶୁଭ ଉଦ୍‌ଘାଟନ କରିଛନ୍ତି। ନବିକରଣ ହୋଇଥିବା ଏହି ମୋଟେରା ଷ୍ଟ୍ରଡିୟମ୍‌କୁ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ଭାବେ ପୁନଃ ନାମିତ କରାଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ତାଙ୍କ ସହ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଥର ଆଞ୍ଜିଓପ୍ଲାଷ୍ଟି ହୋଇଥିବା କାରଣରୁ […]
‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial