୪୦ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ୩ବର୍ଷର ଶିଶୁ : ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ

ବୋରୱେଲରେ ଖସିପଡ଼ିଲା ୩ବର୍ଷର ଶିଶୁ

ନାଳନ୍ଦା: ୪୦ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ୩ବର୍ଷର ଶିଶୁ। ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ। ବିହାରର ନାଳନ୍ଦାରେ ଘଟିଛି ଏଭଳି ଘଟଣା। ବିହାରର ନାଲନ୍ଦାରେ ଥିବା କୁଲ ଗାଁରେ ଜଣେ ୩ବର୍ଷର ଶିଶୁ ଖେଳୁଥିବା ସମୟରେ ୪୦ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିଲା। ଏହି ଘଟଣାର ସୂଚନା ପାଇବା ପରେ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କରିବା ଅସମ୍ଭବ ଥିବାରୁ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଶିଶୁକୁ ଜେସିବି ଦ୍ୱାରା ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକମାନଙ୍କ କହିବା ମୁତାବକ, ଶିଶୁଟି ତା’ ମାଆଙ୍କ ପ‌ଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିଲା। ପିଲାଟି ହେଉଛି କୁଲ ଗାଁର ବାସିନ୍ଦା ଡୋମନ୍ ମାଝୀଙ୍କ ୩ବର୍ଷର ପୁଅ ଶିବମ୍ କୁମାର। ଗ୍ରାମବାସୀ କହିଛନ୍ତି ଯେ ବୋରୱେଲରେ ପଡିଥିବା ଶିଶୁର କାନ୍ଦିବାର ଶବ୍ଦ ଏବେ ଶୁଣାଯାଉଛି। ତେବେ ଶିବମଙ୍କୁ ଉଦ୍ଧାର କରିବା ପାଇଁ ଏବେ ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଏହା ସହ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏବେ ଶିବମଙ୍କୁ ବୋରୱେଲ ଭିତରେ ଅମ୍ଳଜାନ ଦିଆଯାଉଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ଡେଙ୍ଗୁରେ ଶିଶୁ ମୃତ୍ୟୁ ଅଭିଯୋଗ : ଘରୋଇ ଡାକ୍ତରଖାନାରେ ଉତ୍ତେଜନା

Sun Jul 23 , 2023
ବର୍ଷାରେ ସରୁନି ସ୍ୱେରେଜ କାମ, ଜମିଥିବା ପଚା ପାଣି ବଢ଼ାଉଛି ଡେଙ୍ଗୁ ମଶା ଭୁବନେଶ୍ୱର: ରାଜଧାନୀ ଜାଗମରାସ୍ଥିତ ଉପରସାହିର ସାଇସ୍ମିତା ସାହୁ ଓରଫ୍‌ ପିହୁ(୬)ଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ସ୍ଥାନୀୟ ଘରୋଇ ଡାକ୍ତରଖାନା ଆମ୍ରି ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଅପରାହ୍‌ଣ ୪ଟା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାକୁ ନେଇ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପଯୁକ୍ତ ଚିକିତ୍ସା […]
ଡେଙ୍ଗୁରେ ଶିଶୁ ମୃତ୍ୟୁ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial