ତରଳୁଛି ଆଣ୍ଟାର୍କଟିକା ବରଫାବୃତ୍ତ ପାହାଡ଼: ସମୁଦ୍ରରେ ଜଳସ୍ତର  ବୃଦ୍ଧି 

ନୂଆଦିଲ୍ଲୀ: ମାଡ଼ି ଆସୁଛି ପ୍ରାକୃତିକ ବିପତ୍ତି। ଦ୍ରୁତ ଗତିରେ ତରଳୁଛି ଆଣ୍ଟାର୍କଟିକା ବରଫାବୃତ୍ତ ପାହାଡ଼। ପୂର୍ବ ଅପେକ୍ଷା ୩ ଗୁଣା ତରଳୁଛି ଏହି ବରଫାବୃତ୍ତ ପାହାଡ଼। ୧୯୯୨ ମସିହାରୁ ଏଯାଏଁ ୩ ଟ୍ରିଲିୟନ୍‌ ଟନ୍‌ ପାହାଡ଼ ତରଳି ସାରିଲାଣି। ଆନ୍ତର୍ଜାତୀୟ ବରଫ ବିଶେଷଜ୍ଞମାନେ ଗବେଷଣା କରି ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗତ ଶତାବ୍ଦୀର ମଧ୍ୟଭାଗରୁ ଦକ୍ଷିଣମହାଦେଶୀୟ ଅଞ୍ଚଳରେ ଏହି ପାହାଡ଼ ତରଳି ଚାଲୁଛି। ଏହି ବରଫ ତରଳିବା ଯୋଗୁ ସମୁଦ୍ରରେ ୧୩ ଫୁଟ(୪ ମିଟର) ଜଳସ୍ତର ବୃଦ୍ଧି ପାଇଛି । ଏହି ସମୟସୀମାରେ ମହାସମୁଦ୍ର ଗୁଡ଼ିକରେ ୩ରୁ ୧୦ ଇଞ୍ଚ ପର୍ଯ୍ୟନ୍ତ ଜଳସ୍ଥର ବୃଦ୍ଧି ପାଇଛି।
୧୯୯୨ରୁ ୨୦୧୧ ପର୍ଯ୍ୟନ୍ତ ଆଣ୍ଟାର୍କଟିକାରେ ୮୪ ବିଲିଅନ୍‌ ଟନ୍‌ ବରଫ ତରଳିଛି। ୨୦୧୧୨ରୁ ୨୦୧୭ ପର୍ଯ୍ୟନ୍ତ ୨୪୧ ବିଲିଅନ୍‌ ଟନ୍‌ ବରଫ ତରଳି ଥିବା ଜଣାପଡ଼ିଛି। କାଲିଫର୍ଣ୍ଣଆର Irvine’s Isabella Velicogna ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇ ଏହି ତଥ୍ୟ ଉନ୍ମୋଚନ କରାଯାଇଛି। ସବୁଠୁ ଅଧିକ ପଶ୍ଚିମ ଆଣ୍ଟାର୍କଟିକାରେ ତରଳିଛି ବୋଲି ଜଣାପଡ଼ିଛି।


ନାସା ବୈଜ୍ଞାନିକ ଏବଂ ଇୟୁରୋପର ମହାକାଶ ଗବେଷଣା ସଂସ୍ଥାର ସହାୟତାରେ ଏହି ଗବେଷଣା କରାଯାଇଥିଲ।। ତେବେ କେଉଁ କାରଣ ପାଇଁ ଅଧିକରୁ ଅଧିକ ବରଫ ତରଳୁଛି ଏହାର ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲା ବିଷେଶଜ୍ଞ ଟିମ୍‌। ତେବେ ଏକକ ମାପ ବ୍ୟତୀତ ବିଶେଷଜ୍ଞମାନେ ୨୪ଟି ଉପାୟରେ ଅନୁଧ୍ୟାନ କରିଥିଲେ। ଏଥିପାଇଁ ୧୦ରୁ ୧୫ଟି ଉପଗ୍ରହର ସହାୟତା ନିଆଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ମିଳିଲା ରତ୍ନଭଣ୍ଡାର ଡୁପ୍ଲିକେଟ୍‌ ଚାବି: ୭୦ ଦିନ ତନାଘନାର ଅନ୍ତ

Thu Jun 14 , 2018
ପୁରୀ/ଭୁବନେଶ୍ୱର : ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଚାବି ମିଳିଛି। ଆଜି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଏ ସଂପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି। ଜିଲ୍ଲା ରେକର୍ଡ ରୁମ୍‌ର ଏକ ଲକର୍‌ରେ ଥିବା ନାଲି ଲଫାଫାରେ ଏହି ଚାବି (ତିନିଟି ଚାବି ଥିବା ଅନୁମାନ କରାଯାଉଛି) ରଖାଯାଇଥିବା ଦେଖାଯାଇଛି। ଏହି ଲଫାଫା ଉପରେ ଭିତର ରତ୍ନଭଣ୍ଡାର ଚାବି (ଡୁପ୍ଲିକେଟ୍‌) ବୋଲି ଉଲ୍ଲେଖ ରହିଛି। ଏଥିସହିତ ଚାବି ହଜିବା ଘଟଣାକୁ ନେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial