ଭାରତୀୟ ନୌସେନାରେ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’

‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌’ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’କୁ ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି। ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଭାରତୀୟ ନୌସେନା ଯୁଦ୍ଧପୋତ ଡିଜାଇନ୍‌ ଓ ନିର୍ମାଣ କରିବାର ସାମର୍ଥ୍ୟ ହାସଲ କରିଛି। ବର୍ଷକ ପରେ ଆମେ ‘ଡେଷ୍ଟ୍ରୟର୍‌ ମୋର୍‌ମୁଗାଓ’କୁ ନୌସେନାରେ ସାମିଲ କରି ସ୍ୱଦେଶୀ ଯୁଦ୍ଧପୋତ ନିର୍ମାଣ ଇତିହାସରେ ଆଜି ଆଉ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ସାଫଲ୍ୟ ସଂଯୋଗ କଲୁ। ବର୍ଷକରୁ ଅଧିକ ଦିନ ତଳେ ‘ବିଶାଖାପଟନମ୍‌’ ନାମରେ ଏ ପ୍ରକାର ଆଉ ଗୋଟାଏ ଯୁଦ୍ଧପୋତ ନୌସେନାରେ ସାମିଲ ହୋଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ‘ସିଡିଏସ୍‌’ ଜେନେରାଲ୍‌ ଅନୀଲ ଚୌହାନ୍‌, ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏହି ଯୁଦ୍ଧପୋତରେ ଅନେକ ସୂକ୍ଷ୍ମ ସେନ୍‌ସର୍‌, ଆଧୁନିକ ରାଡାର୍‌ ଏବଂ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଓ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯିବା ଭଳି କ୍ଷେପଣାସ୍ତ୍ର ନିକ୍ଷେପ ବ୍ୟବସ୍ଥା ରହିଛି। ୧୬୩ ମିଟର୍‌ ଲମ୍ବ ଓ ୧୭ ମିଟର ଓସାରବିଶିଷ୍ଟ ଏହି ଯୁଦ୍ଧପୋତର ଓଜନ ୭,୪୦୦ ଟନ୍‌। ଗୋଆର ଐତିହାସିକ ବନ୍ଦର ନଗରୀ ‘ମୋର୍‌ମୁଗାଓ’ ଅନୁସାରେ ନାମିତ ଏହି ଯୁଦ୍ଧପୋତ ଗତବର୍ଷ ଡିସେମ୍ବର ୧୯ ତାରିଖରେ ସ୍ୱଳ୍ପ ସମୟ ପାଇଁ ସମୁଦ୍ରରେ ପଇଁତରା ମାରିଥିଲା। ସେତେବେଳେ ଗୋଆ ପର୍ତ୍ତୂଗୀଜ୍‌ ଶାସନରୁ ମୁକ୍ତ ହେବାର ୬୦ତମ ବାର୍ଷିକୀ ପାଳନ କରୁଥିଲା।

Share Now:

Kalinga News Beuro

Next Post

ହରିୟାଣା କାରିଗରଙ୍କ ଦ୍ୱାରା ମାଟିରୁ ୩ ଫୁଟ୍‌ ୬ଇଞ୍ଚ୍‌ ଉପରକୁ ଉଠିଲା ମନ୍ଦିର

Sun Dec 18 , 2022
କଟକ: ମାଟିରୁ ୩ ଫୁଟ୍‌ ୬ ଇଞ୍ଚ ଉପରକୁ ଉଠିଛି ଶିବ ମନ୍ଦିର। କଟକର ଫ୍ରେଣ୍ଡସ କଲୋନି ଠାରେ ଥିବା ୪୫ ବର୍ଷ ପୁରୁଣା ସର୍ପେଶ୍ୱର ମନ୍ଦିରକୁ ଆଜି ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରାଯାଇ ୪୦ଟି ଜଗ୍‌ ସାହାଯ୍ୟରେ ଉଠା ଯାଇଛି। ବର୍ଷାଦିନେ ମନ୍ଦିର ପରିସରେ ପାଣି ପଶୁଥିବା ‌ବେଳେ ଏହି ସମସ୍ୟାକୁ ଦୂର କରିବା ପାଇ ସର୍ପେଶ୍ୱର ମନ୍ଦିର କମିଟି ଓ ଫ୍ରେଣ୍ତସ କଲୋନି ଡେଭଲପମେଣ୍ଟ କମିଟିର […]
ମାଟିରୁ ୩ ଫୁଟ୍‌ ୬ଇଞ୍ଚ୍‌ ଉପରକୁ ଉଠିଲା ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial