ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ

ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ। ପ୍ରଥମ ଥର ପାଇଁ ଏହି ପଞ୍ଚମ ପିଢ଼ି କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଡିଆରଡିଓ। ଭାରତର ସ୍ୱଦେଶୀ ହାଲୁକା ଲଢ଼ୁଆ ବିମାନ ତେଜସରେ ଏହାର ପରୀକ୍ଷଣ କରାଯାଇଛି। ମଙ୍ଗଳବାର ଗୋଆରେ ପାଇଥନ୍ ଫାଇଭ୍ ସହିତ ଡର୍ବି ମିଜାଇଲ୍ ଆଦିର ମଧ୍ୟ ପରୀକ୍ଷଣ ସଫଳ ହୋଇଛି। ପାଇଥନ୍ ମିଜାଇଲ୍ ଯୋଜନା ମୁତାବକ ଟାର୍ଗେଟକୁ ହିଟ୍ କରିବାରେ ଶତ ପ୍ରତିଶତ ସଫଳ ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାପରେ ପରୀକ୍ଷଣରେ ସାମିଲ ହୋଇଥିବା ଡିଆରଡିଓ, ଏଡିଏ, ବାୟୁସେନା ଏବଂ ହାଲକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

Share Now:

Kalinga News Beuro

Next Post

ବୁଥ୍‌ବାହୁଡ଼ା ମତକୁ ନେଇ କମ୍ପନ: ବଙ୍ଗରେ ଦିଦି ଆଗରେ

Fri Apr 30 , 2021
ତାମିଲନାଡ଼ୁରେ ଡିଏମ୍‌କେ, ଆସାମରେ ବିଜେପି, କେରଳରେ ପୁଣି ଏଲ୍‌ଡିଏଫ୍‌ ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି, କେରଳରେ ବାମ ସାମୁଖ୍ୟ ଏବଂ ଆସାମରେ ବିଜେପି କ୍ଷମତା ବଜାୟ ରଖିବେ। ତାମିଲନାଡୁରେ ଆନ୍ନାଡିଏମକେକୁ ଗାଦିଚ୍ୟୁତ କରିବ ଷ୍ଟାଲିନଙ୍କ ଡି‌ଏମ୍‌କେ। ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ସର୍ଭେରୁ ଏଭଳି ସୂଚନା ମିଳିଛି। ତେବେ କିଛି ସଂସ୍ଥାଙ୍କ ରିପୋର୍ଟ କହୁଛି ଯେ ତାମିଲନାଡୁ ଏବଂ କେରଳରେ ଯଥାକ୍ରମେ ଡିଏମକେ […]
ପିପିଲି ଉପନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial