ଆରପାରିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କରୁଣାନିଧି, ତାମିଲନାଡୁରେ ଶୋକର ଛାୟା

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି । ଏହା ଫଳରେ ସମଗ୍ର ତାମିଲନାଡୁ ରେ ଶୋକର ଛାୟା ଖେଳିଯାଇଛି । ଏହା ସହିତ ତାମିଲନାଡୁ ଓ ସମଗ୍ର ଜାତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ କାବେରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୧ ତାରିଖଠାରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଗତକାଲି ଅପରାହ୍ନରେ ହଠାତ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବା ସହ ସଙ୍କଟଜନକ ଅବସ୍ଥା ଆଡ଼କୁ ଗତି କରିଥିଲା। ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିବା ୯୪ ବର୍ଷ ବୟସ୍କ ଏମ୍‌ କରୁଣାନିଧିଙ୍କୁ କାବେରୀ ହସ୍ପିଟାଲର ଡାକ୍ତରମାନେ ଭେଣ୍ଟିଲେଟରରେ ରଖିବା ସହ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ କାର୍ଯ୍ୟକ୍ଷମ କରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖିଥିଲେ ବି ଶେଷରେ ବିଫଳ ହୋଇଥିଲେ।

ସଂକ୍ଷିପ୍ତ ଜୀବନୀ

କରୁଣାନିଧି ୧୯୨୪ ମସିହା ଜୁନ୍‌ ୩ରେ ଜନ୍ମ ଗ୍ରହଣ କରିଥିଲେ। ସେ ତାମିଲନାଡୁରେ କଲାଇଙ୍ଗାର ନାମରେ ପରିଚିତ ଥିଲେ। ସେ ୧୯୫୭ରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୯ରୁ ୨୦୧୧ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କରୁଣାନିଧି ୫ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେ କେବେ ହେଲେ ନିର୍ବାଚନରେ ପରାସ୍ତ ହୋଇନ ଥିବା ରେକର୍ଡର ଅଧିକାରୀ। ରାଜନୀତିକୁ ଆସିବା ପୂର୍ବରୁ କରୁଣାନିଧି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସ୍କ୍ରିନ୍‌ ରାଇଟର୍‌ ଭାବେ କାର୍ଯ୍ୟ କରୁଥିଲେ। ଏହାବାଦ୍ ଜଣେ ସୁଦକ୍ଷ ଲେଖକ ଭାବ କରୁଣାନିଧିଙ୍କ ଖ୍ୟାତି ରହିଥିଲା। କରୁଣାନିଧି ୧୯୬୯ ମସିହା ଫେବୃଆରୀ ୧୦ରୁ ୧୯୭୧ ମସିହା ଜାନୁଆରୀ ୪ ଯାଏ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ୧୯୭୧ ମାର୍ଚ୍ଚ ୧୫ରୁ ୧୯୭୬, ଜାନୁଆରୀ ୩୧ ଜାନୁଆରୀ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ତୃତୀୟ ଥର ପାଇଁ ୧୯୮୯ ମସିହା ଜାନୁଆରୀ ୨୭ରୁ ୧୯୯୧ ମସିହା ୩୦ ଜାନୁଆରୀ ଯାଏ ମୁଖ୍ୟମନ୍ତ୍ରୀ ରହିଥିଲେ। ୪ର୍ଥ ଥର ପାଇଁ କରୁଣାନିଧି ୧୯୯୬ ମସିହା ମେ ୧୩ରୁ ୨୦୦୧ ମସିହା ମେ’ ୧୩ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୫ମ ତଥା ଶେଷ ଥର ପାଇଁ କରୁଣାନିଧି ୨୦୦୬ ମସିହା ମେ ୧୩ରୁ ୨୦୧୧ ମସିହା ମେ ୧୫ ଯାଏ ମୁଖ୍ୟମନ୍ତ୍ରୀ ଥିଲେ।

Share Now:

Kalinga News Beuro

Leave a Reply

Next Post

ମୁମ୍ବାଇ ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ଅଗ୍ନିକାଣ୍ଡ; ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ସଂସ୍ଥା ପକ୍ଷରୁ ଜୋରଦାର ପ୍ରୟାସ ଜାରି

Wed Aug 8 , 2018
ମୁମ୍ବାଇ: ମୁମ୍ବାଇର ଚେମ୍ବୁରସ୍ଥିତ ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ଆଜି (ବୁଧବାର) ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟଣା ସଂପର୍କରେ ଖବର ପାଇବାପରେ ଅଗ୍ନିଶମ ସେବାସଂସ୍ଥା କର୍ମଚାରୀମାନେ ନିଆଁଲିଭା ଗାଡ଼ି ସହ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଜାଣିବାକୁ ମିଳିଛି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଚେମ୍ବୁରସ୍ଥିତ ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial