ମୋଦୀଙ୍କ ଉତ୍ତରାଧିକାରୀ ହେବାକୁ କିଏ ? ଶାହା, ଯୋଗୀ ନା ଗଡ଼କରୀ

ନୂଆଦିଲ୍ଲୀ:ଦେଶରେ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ ମାସ ବାକି ଅଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ। ତେବେ ମୋଦୀଙ୍କ ପରେ ଉତ୍ତରାଧିକାରୀ ଭାବେ କେଉଁ ନେତା ଯୋଗ୍ୟ? ଏହା ବି ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା। ଇଣ୍ଡିଆ ଟୁଡେ-ସି ଭୋଟରର ସର୍ଭେ ‘ମୁଡ୍ ଅଫ୍ ଦି ନେସନ୍’ରେ କିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ହେବା ଉଚିତ ପ୍ରଶ୍ନରେ ହଜାର ହଜାର ଲୋକ ମତ ଦେଇଛନ୍ତି।
ଏହି ସର୍ଭେରେ ଲୋକମାନେ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଏବଂ ନିତିନ ଗଡକରୀଙ୍କୁ ଭୋଟ୍ ଦେଇଛନ୍ତି। ସର୍ଭେ ଅନୁଯାୟୀ,୨୯ ପ୍ରତିଶତ ଲୋକ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତରାଧିକାରୀ ବୋଲି କହିଛନ୍ତି। ୨୬ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ବାଛିଥିବାବେଳେ ୧୫ ପ୍ରତିଶତ ଲୋକ ନିତିନ ଗଡକରୀଙ୍କ ନାମକୁ ବାଛିଛନ୍ତି। ଅମିତ ଶାହା ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଥିବାବେଳେ ଯେତେବେଳେ କେନ୍ଦ୍ରରେ ମୋଦୀ କ୍ଷମତାକୁ ଆସିଥିଲେ ଅମିତ ଶାହାଙ୍କୁ ବିଜେପିର ମୁଖ୍ୟ କରାଯାଇଥିଲା। ଅମିତ ଶାହାଙ୍କ ପରେ ଯାହାଙ୍କ ଉପରେ ଲୋକମାନେ ସର୍ବାଧିକ ବିଶ୍ୱାସ କରିଛନ୍ତି ସେ ହେଉଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥି ସହିତ ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ପରେ ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ କେନ୍ଦ୍ର ମନ୍ତ୍ରୀ ଥିବା ନିତିନ ଗଡକରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ଭାବରେ ଉପଯୁକ୍ତ ହେବେ ବୋଲି ସର୍ଭେରେ କୁହାଯାଇଛି।

Share Now:

Kalinga News Beuro

Next Post

ଗୁରୁ-ଶିଷ୍ୟ ସଂପର୍କରେ କଳାଦାଗ : ଟିସି ଦେବା ବାହାନାରେ ଛାତ୍ରୀକୁ ଡାକି ଦୁଷ୍କର୍ମ

Sat Aug 26 , 2023
କାନପୁର: କାନପୁରରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ ମାମଲାରେ କୋର୍ଟ ଅଭିଯୁକ୍ତ ପ୍ରିନ୍ସପାଲଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ଯୁକ୍ତ୨ ପାସ୍ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଦ୍ୟାଳୟର ପ୍ରିନ୍ସିପାଲ କାନପୁରର ଏଡିଜେ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରିନ୍ସିପାଲ କେବଳ ଛାତ୍ରୀଙ୍କୁ ବଳାତ୍କାର କରିନାହାନ୍ତି, ବରଂ ତାଙ୍କୁ ରାତିରେ ଭିଡିଓ କଲ କରି ପୋଷାକ ଖୋଲିବାକୁ […]
ଗୁରୁ-ଶିଷ୍ୟ ସଂପର୍କରେ କଳାଦାଗ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial