ମୁମ୍ବାଇ ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ: ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ

ମୁମ୍ବାଇ : ଦକ୍ଷିଣ-ମୁମ୍ବାଇର ଏକ ସପିଂ ମଲରେ ଗୁରୁବାର ରାତିରେ ଲାଗିଥିବା ନିଆଁ ଶୁକ୍ରବାର ସକାଳ ସୁଦ୍ଧା ନିୟନ୍ତ୍ରଣକୁ ଆସିପାରିନାହିଁ। ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ ବ୍ୟାପିଯାଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ସାଢେ ୮ ସମୟରେ ନିଆଁଲାଗିଥିଲା। ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଲେବଲ-୧ ସ୍ତରର ନିଆଁ ଥିବାବେଳେ ଶୁକ୍ରବାର ସୁଦ୍ଧା ଏହା ଆହୁରି ଭୀଷଣ ଆକାର ଧାରଣ କରି ଲେବଲ-୫ ସ୍ତରରେ ପହଞ୍ଚିଯାଇଛି। ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୨୪ ଜଣ ଫାୟାର ଇଂଜିନିୟର, ୧୬ଟି ଜୁମ୍ବୋ ଟ୍ୟାଙ୍କର ଓ ପ୍ରାୟ ୨୫୦ ଦମକଳ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ନିଆଁ ଲଭାଇବା ବେଳେ ୨ ଜଣ ଦମକଳ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ନିଆଁ ବେଳକୁ ବେଳ ବ୍ୟାପିଚାଲିଥିବାରୁ ସପିଂ ମଲ ପାଖରେ ଥିବା ଅର୍କିଡ୍‌ ଏନକ୍ଲେଭ ନାମକ ଆବାସିକ ଆପାର୍ଟମେଣ୍ଟକୁ ଖାଲି କରାଯାଇଛି। ପୁଲିସ ଦ୍ୱାରା ଏହି ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୩୫୦୦ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହି ନିଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Share Now:

Kalinga News Beuro

Next Post

ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ବନ ବିଭାଗ କର୍ମଚାରୀ

Fri Oct 23 , 2020
ଶବ ରଖି କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡିହା ପଞ୍ଚାୟତର ନଛିପୁର ଗାଁରେ ଶିକାରୀ ସନ୍ଦେହରେ ଜଣେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତକ ହେଲେ ଚନ୍ଦ୍ରମଣି ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୪୫)। ଗଜେନ୍ଦ୍ରଙ୍କ […]
ଯୁବକଙ୍କୁ ପିଟିପିଟି ମାରିଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial