ପରଲୋକରେ ଭାରତର ‘ସବୁଜ ବିପ୍ଳବ’ର ଜନକ ଏମ୍. ଏସ୍‌. ସ୍ୱାମୀନାଥନ

ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ୍. ଏସ୍‌. ସ୍ବାମୀନାଥନ୍‌ଙ୍କ ଦେହାନ୍ତ

ଚେନ୍ନାଇ: ପ୍ରଖ୍ୟାତ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ଜନକ ମନକୋମ୍ବୁ ସମ୍ବାସିବନ୍‌ ସ୍ୱାମୀନାଥନ୍‌ଙ୍କର ଆଜି ସକାଳେ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମିତ ସ୍ୱାମୀନାଥନ୍‌ଙ୍କୁ ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା। ଏମ୍‌. ଏସ୍‌. ସ୍ବାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ଖାଦ୍ୟଶସ୍ୟ ଅଭାବ ‌ଯୋଗୁଁ ୧୯୬୦ ମସିହାରେ ଭାରତ ଅନାହାର ପଡ଼ିଆସୁଥିବା ବେଳେ ସ୍ୱାମୀନାଥନ୍‌ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ନର୍‌ମ୍ୟାନ୍‌ ବୋର୍ଲାଗ୍‌ ଓ ଅନ୍ୟ କେତେକ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳକ୍ଷମ ଗହମ ବିହନ ବିକଶିତ କରିଥିଲେ।
‘ଜାତିସଂଘ ପରିବେଶ କାର୍ଯ୍ୟକ୍ରମ’ଦ୍ବାରା ‘ଅର୍ଥନୈତିକ ପରିବେଶର ଜନକ’ ଭାବେ ପରିଚିତ ସ୍ୱାମୀନାଥନ୍‌ ୧୯୬୦ ଓ ୭୦ ଦଶକରେ ସି. ସୁବ୍ରମଣିୟାମ୍‌ ଓ ଜଗଜ୍ଜୀବନ ରାମଙ୍କ ସମେତ ବିଭିନ୍ନ କୃଷିମନ୍ତ୍ରୀଙ୍କ ସହିତ ‘ସବୁଜ ବିପ୍ଳବ’ ସଫଳତା ପାଇଁ କାର୍ଯ୍ୟ କରିଥିଲେ। ଫଳରେ ‘କେମିକାଲ୍‌-ବାୟୋଲୋଜିକାଲ୍‌ ଟେକ୍ନୋଲୋଜି’ ବଳରେ ଦେଶରେ ଗହମ ଓ ଧାନ ଉତ୍ପାନଦ ବୃଦ୍ଧି ପାଇବାର ପଥ ଉନ୍ମୋଚିତ ‌ହୋଇଥିଲା। ଏଥିପାଇଁତାଙ୍କୁ ୧୯୮୭ରେ ପ୍ରଥମ ‘ୱାଲର୍ଡ ଫୁଡ୍‌ ପ୍ରାଇଜ୍‌’ ମିଳିଥିଲା। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହାଛଡ଼ା, କୃଷିକ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ତାଙ୍କୁ ଅନ୍ୟାନ୍ୟ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା। ‘ଟାଇମ୍‌’ ପତ୍ରିକା ତାଙ୍କୁ ବିଂଶ ଶତାବ୍ଦୀର ୨୦ଜଣ ସବୁଠୁ ପ୍ରଭାବଶାଳୀ ଏସୀୟଙ୍କ ମଧ୍ୟରୁ ଜଣେ ବୋଲି ଉଲ୍ଲେଖ କରିଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ସଚିବ ଶାସନକୁ ନେଇ କଟାକ୍ଷ କଲେ ନରସିଂହ ମିଶ୍ର

Thu Sep 28 , 2023
ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଆନ୍ଦୋଳନକାରୀଙ୍କ ଭୁଲ୍ କଣ? କଣ ହକ ମାଗିପାରି ବେନି ସେମାନେ। ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୃହରେ କହୁଛନ୍ତି କି ସିଏମଓ ଯାଉଛି […]
ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial