କରୋନାର ୩ୟ ଲହର ନିଶ୍ଚିତ ଆସିବା ନେଇ ସତର୍କ କରାଇଲା ଆଇଏମଏ

କରୋନାର ୩ୟ ଲହର

ନୂଆଦିଲ୍ଲୀ : କରୋନାର ୩ୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କତାର ସ୍ତରକୁ ଢିଲା କରିବା ଉଚିତ ନୁହେଁ ବୋଲି ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇଦେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ବିଶ୍ବର ଅନ୍ୟ ଦେଶଗୁଡିକରେ ଦେଖାଦେଇଥିବା ପରିସ୍ଥିତି ଓ ମହାମାରୀଗୁଡ଼ିକର ଇତିହାସ ଦେଖିଲେ ଜଣାପଡ଼ୁଛି ଯେ କରୋନା ମହାମାରୀର ୩ୟ ଲହର ନିଶ୍ଚିତ ଆସିବ। ମାତ୍ର ଦୁଃଖର ସହ କହିବାକୁ ପଡୁଛି ଯେ ଆମଦେଶର ଜନସାଧାରଣ ଓ କେତେକ ଅଞ୍ଚଳର ପ୍ରଶାସନ ପୁଣି ଢିଲା ହୋଇଯାଇଛନ୍ତି। ଉପଯୁକ୍ତ କରୋନା କଟକଣା ନମାନି ଲୋକମାନେ ପୁଣି ଗହଳି କରିବା ଆରମ୍ଭ କରିଦେଇଛନ୍ତି। ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ତୀର୍ଥଯାତ୍ରା, ଅବସର ବିନୋଦନ, ପର୍ଯ୍ୟଟନ ଆଦିର ଆବଶ୍ୟକତା ରହିଛି। କିନ୍ତୁ ଆମେ ସମସ୍ତେ ଟିକା ନେବା ପର୍ଯ୍ୟନ୍ତ ଅପେକ୍ଷା କଲେ କ୍ଷତି କଣ ? ଟିକା ନ ନେଇ ଜନଗହଳି କରିବା ଦ୍ୱାରା ଆମେ କରୋନାର ୩ୟ ଲହରକୁ ଡାକି ଆଣିବା।

Share Now:

Kalinga News Beuro

Next Post

ହିମାଚଳ ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି : ମୋଦୀ

Mon Jul 12 , 2021
ଏନଡିଆରଏଫ ଟିମ ପଠାଇଲା କେନ୍ଦ୍ର ଧର୍ମଶାଳା : ହିମାଚଳ ପ୍ରଦେଶରେ ଆଜି ହୋଇଥିବା ବାଦଲ ଫଟା ବର୍ଷା ଓ ତାପରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଧର୍ମଶାଳାର ମାକଲିଓଗଞ୍ଜ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି। ସେହିପରି ଧର୍ମଶାଳାର ଛେତ୍ରୁ ଗାଁରେ ପ୍ରବଳ କ୍ଷୟକ୍ଷତି ହୋଇଛି। ଧର୍ମଶାଳାଠାରୁ ୩୦ କିଲୋମିଟର ଦୂରରେ ଥିବା କାଙ୍ଗ୍ରା ଜିଲ୍ଲାର ବୋହ ଘାଟିରେ ଭୂସ୍ଖଳନ ହେବାରୁ ଅତି କମରେ ୫ ଜଣ ଲୋକ ପ୍ରାଣ […]
ହିମାଚଳ ବନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial