କୁହୁଡ଼ିରେ ବାଟ ଜାଣି ନପାରି ପାକ୍ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ

ପାକ୍ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଘନ କୁହୁଡ଼ି ହେତୁ ରାସ୍ତା ଜାଣି ନପାରି ଭୁଲରେ ପାକିସ୍ତାନ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ୍। ଆଜି ସକାଳୁ ଘଟିଛି ଏପରି ଘଟଣା। ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ କର୍ତ୍ତବ୍ୟରତ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିବା ପରେ ଏହି ସୂଚନା ସାମ୍ନାକୁ ଆସିଛି। ପାକ ରେଞ୍ଜର୍ସ ବିଏସଏଫକୁ ଏହି ଖବର ଜଣାଇବା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ଯବାନଙ୍କୁ ମୁକ୍ତ କରାଯାଇଥିଲା। ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ-ପାକ୍ ସୀମାର ଆବୋହର ସେକ୍ଟରରେ ଥିବା ୧୬୦ ବାଟାଲିୟନର ପୁରନ୍ ଆଉଟପୋଷ୍ଟରେ କାର୍ଯ୍ୟରତ ହେଡକନଷ୍ଟେବଳ ହେମନାଥ ଘନ କୁହୁଡ଼ି ହେତୁ ଅଜାଣତରେ ପାକିସ୍ତାନ ସୀମାକୁ ପ୍ରବେଶ କରିଥିଲେ। ସକାଳ ପ୍ରାୟ ୬.୩୦ ମିନିଟରେ ଏପରି ଘଟିଥିଲା। ପରେ ଦୁଇପକ୍ଷ ମଧ୍ୟରେ ଆଲୋଚନା ହୋଇ ପାକ କର୍ତ୍ତୃପକ୍ଷ ହେମନାଥଙ୍କୁ ମୁକ୍ତ କରିଥିଲେ।

Share Now:

Kalinga News Beuro

Next Post

ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ପ୍ରସଙ୍ଗ: ଭଣ୍ଡେଇ ଚାଲିଛି ଏନ୍‌ଏଚ୍‌ଏଆଇ

Thu Dec 1 , 2022
ଭୁବନେଶ୍ବର : ୨୦୧୯ ଅଗଷ୍ଟ ୧୯। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଟ୍ବିଟର୍‌ ପୋଷ୍ଟ୍‌ରେ ହଂସପାଳ ଛକରେ ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣ ହେବା ‌ନେଇ ପୋଷ୍ଟ୍‌ କଲେ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍‌ ଗଡ୍‌କରୀଙ୍କୁ ଧନ୍ୟବାଦ ଜଣାଇବା ସହ ୩୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ୍‌ ୧୨୦ ଦିନ ଭିତରେ ଟେଣ୍ଡର ଓ ୧୮ମାସ ଭିତରେ କାମ ସରିବ ବୋଲି ସେହି ପୋଷ୍ଟ୍‌ରେ ସ୍ପଷ୍ଟ […]
ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial