କେରଳ ବନ୍ୟା ଆଣିଲା ମହାମାରୀ, ଜ୍ୱର ନେଲାଣି ୫୦ ଜୀବନ

ଥିରୁଅନନ୍ତପୁରମ୍‌: ବର୍ଷା ଏବଂ ବନ୍ୟା ବିତ୍ପାତରୁ ଆଶ୍ୱସ୍ତ ହୋଇଥିବା କେରଳବାସୀ ଏବେ ବିଭିନ୍ନ ରୋଗରେ ପଡ଼ି ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏବେ ଲେପ୍ଟୋସପାଇରୋସିସ୍‌ (ମୂଷା ଜ୍ୱର) ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ଜଳବାହିତ ରୋଗ ଓ ଅନ୍ୟ ସଂକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ବନ୍ୟା ସମୟରେ ହିଁ ଏହି ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ସଂକ୍ରମିତ ମୂଷାଙ୍କ ପରିସ୍ରା ଜଳରେ ମିଶିବା ପରେ ଏହି ସଂକ୍ରମିତ ଜଳ ସଂସ୍ପର୍ଶରେ ମଣିଷ ଆସିବା ପରେ ମୂଷା ଜ୍ୱର ହୋଇଥାଏ। ଏହି ଜ୍ୱର ଏବେ ମହାମାରୀ ଆଡ଼କୁ ବ୍ୟାପିବାରେ ଲାଗିଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଜ୍ୱର ହେତୁ ୩ ଜଣ ରିଲିଫ କର୍ମୀଙ୍କର ମୃତ୍ୟୁ ହୋଇ ସାରିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୩୦୦ରୁ ଊର୍ଧ୍ୱ ଲୋକ ଲେପ୍ଟୋସପାଇରୋସିସ୍‌ରେ ପୀଡ଼ିତ ଥିବା ରିପୋର୍ଟ ମିଳିଛି।

Share Now:

Kalinga News Beuro

Leave a Reply

Next Post

ଭାରତପୁରରେ ୫ ହାତୀ ରାଜଧାନୀବାସୀଙ୍କ ନିଦ ହଜେଇଲା

Mon Sep 3 , 2018
ଖଣ୍ଡଗିରି: ଭରତପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୫ ହାତୀଙ୍କ ପାଇଁ ରାଜଧାନୀବାସୀଙ୍କ ନିଦ ହଜି ଯାଇଛି। ବିଶେଷକରି ଖଣ୍ଡଗିରି, ଭରତପୁର, ବରମୁଣ୍ଡା ଜଗନ୍ନାଥବିହାର, ରେଣ୍ଟାଲ କଲୋନି, ଶୈଳଶ୍ରୀବିହାର, ଦାସପୁର, ପଥରଗାଡ଼ିଆ ଓ ଅନ୍ଧାରୁଆ ଅଞ୍ଚଳରେ ଏହି ହାତୀଙ୍କ ପାଇଁ ଆତଙ୍କ ଖେଳି ଯାଇଛି। ଗୋଟିଏ ପଟେ ରାଜଧାନୀ ଭିତରକୁ ପଶି ଆସିବାର ଭୟ ଓ ଅନ୍ୟ ପଟେ ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial