ଶାନ୍ତି ଓ ଭ୍ରାତୃତ୍ବ ପାଇଁ ସମୟ ଆସିଛି : ପ୍ରଧାନମନ୍ତ୍ରୀ ମୋଦୀ

ଶାନ୍ତି ଓ ଭ୍ରାତୃତ୍ବ ପାଇଁ ସମୟ ଆସିଛି

ନୂଆଦିଲ୍ଲୀ: ଶାନ୍ତି ଓ ଭ୍ରାତୃତ୍ବ ଲାଗି ସମୟ ଉପସ୍ଥିତ ହୋଇଛି ବୋଲି ଆଜି ଦିଲ୍ଲୀସ୍ଥିତ ‘ଯଶୋଭୂମି ସମ୍ମଳନୀ କେନ୍ଦ୍ର’ରେ ୯ମ ‘ଜି୨୦’ ସଂସଦୀୟ ବାଚସ୍ପତିଙ୍କ ଶିଖର ସମ୍ମିଳନୀ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତର ‘ଜି୨୦’ ଅଧ୍ୟକ୍ଷତାର ସକାରାତ୍ମକ ଭାବଧାରା ଭଳି ଆଜିର ଏହି ଶିଖର ସମ୍ମଳିନୀକୁ ସଂସଦ ଆୟୋଜନ କରିଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶାନ୍ତି ଓ ସମ୍ମିଳିତ ଉନ୍ନତି ଉପରେ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଏହା ହେଉଛି ସମସ୍ତଙ୍କର ବିକାଶର ସମୟ, ଶାନ୍ତି, ଭ୍ରାତୃତ୍ବ ଓ ଏକତ୍ର ଅଗ୍ରସର ହେବାର ସମୟ। ଆତଙ୍କବାଦ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ, ସମ୍ପ୍ରତି ବିଶ୍ବ ସମୁଖୀନ ହେଉଥିବା ଯୁଦ୍ଧ ଓ ସଂଘର୍ଷ କାହାକୁ ଉପକୃତ କରୁନାହିଁ। ବିଭାଜିତ ବିଶ୍ବ ମାନବତା ସମୁଖରେ ଥିବା ଆହ୍ବାନର ସମାଧାନ କରିପାରେ ନାହିଁ।
ଏହାଛଡ଼ା, ସଂସଦର ପ୍ରଥା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ, ଏହା ହେଉଛି ସମଗ୍ର ବିଶ୍ବରେ ଥିବା ସଂସଦୀୟ ପ୍ରଥାଗୁଡ଼ିକର ଅଭିନବ ସଙ୍ଗମ। ଏହାଦ୍ୱାରା ଦେଶର ସଂସଦୀୟ ପ୍ରଥା କ୍ରମବିକାଶ ଲାଭ କରି ସୁଦୃଢ଼ ହୋଇଛି। ‘ଜି୨୦’ର ଅଧ୍ୟକ୍ଷତା ସମଗ୍ର ବର୍ଷ ତମାମ ଭାରତରେ ଉତ୍ସବୀୟ ବାତାବରଣ ସୁନିଶ୍ଚିତ କରିଥିଲା। ଭାରତର ଚନ୍ଦ୍ରାବତରଣ ଏହାକୁ ଆହୁରି ଉତ୍ସବମୁଖରିତ କଲା।

Share Now:

Kalinga News Beuro

Next Post

ଆନ୍ଧ୍ର ସ୍ଵାସ୍ଥ୍ୟକର୍ମୀଙ୍କୁ ଘଉଡ଼ାଇଲେ ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା

Fri Oct 13 , 2023
କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିଗତ ଦିନମାନଙ୍କରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ସମେତ ଅନ୍ୟ ବ୍ଲକର ବିଭିନ୍ନ ଗ୍ରାମ ହାତେଇବା ନିମନ୍ତେ ତାହାର ଲଲୁପ ଦୃଷ୍ଟି ଛାଡ଼ି ପାରୁନଥିବା ଦେଖିବାକୁ ମିଳିଛି। ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର ଗ୍ରାମଟି ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ନାହିଁ। କିନ୍ତୁ ଆଜି ଆନ୍ଧ୍ର ତାହାର ସ୍ଵାସ୍ଥ୍ୟ କର୍ମୀ ଙ୍କୁ ଅନୁପ୍ରବେଶ କରାଇ ସ୍ଥାନୀୟବାସୀଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଉଥିଲା। ଏଥିନେଇ […]
ଆନ୍ଧ୍ର ସ୍ଵାସ୍ଥ୍ୟକର୍ମୀଙ୍କୁ ଘଉଡ଼ାଇଲେ ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial