ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦ୍‌ଯାପିତ

ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ

କୋଭିଡ୍‌ ମୁକାବିଲାରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: କୋଭିଡ୍‌ ମୁକାବିଲାରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଂପ୍ରତିକ ଯୁଗରେ ସୁସ୍ଥ, ଶାଳୀନ ଓ ଶୋଭନୀୟ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କର ନିର୍ଣ୍ଣାୟକ ଯୋଗଦାନ ଅବଶ୍ୟମ୍ଭାବୀ ଓ ଅନସ୍ବୀକାର୍ଯ୍ୟ। ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆୟୋଜିତ ବିଶ୍ବ ମହିଳା ୱେବ୍‌ ସମ୍ମିଳନୀ‌ର ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ନାରୀ ନେତ୍ରୀମାନେ ଏଭଳି ମତ ପୋଷଣ କରିଛନ୍ତି। ‘ସାରା ବିଶ୍ୱରେ କୋଭିଡ୍‌-୧୯କୁ କାବୁ କରିବା ନେଇ ମହିଳାମାନଙ୍କ ପ୍ରଭାବଶାଳୀ ଭୂମିକା’ ଏବଂ ‘ଶିଶୁକନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ’ ଆଦି ଦୁଇଟି ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ୱେବିନାର୍‌କୁ ବିଶିଷ୍ଟ ସମାଜସେବୀ ଡ. ଚିଦାତ୍ମିକା ଖଟୁଆ ପରିଚାଳନା କରିଥିଲେ। ନୂଆଦିଲ୍ଲୀସ୍ଥିତ ବାଳ ବିକାଶ ବରିଷ୍ଠ ସଦସ୍ୟା ଡ. ସରିତା ଷଡ଼ଙ୍ଗୀ କହିଥିଲେ, ସମଗ୍ର ମାନବ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ନାରୀ ଆଜି ଅତ୍ୟାଚାରିତ ଓ ଶୋଷିତ ହେଉଛି। ତେଣୁ ନାରୀକୁ ସଶକ୍ତ ହେବାକୁ ପଡ଼ିବ ବୋଲି ସେ କହିଥିଲେ। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଛତିଶଗଡ଼ ଜନଜାତି ସାଂସ୍କୃତିକ ବିଭାଗର ଉପସଚିବ ପୂର୍ଣ୍ଣଶ୍ରୀ ରାଉତ ଜନଜାତି ଅନ୍ଧ, ମୂକ, ବଧିର ପିଲାମାନଙ୍କୁ କୋଭିଡ୍‌ ସମୟରେ ନୃତ୍ୟ, ସଂଗୀତ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ଯୋଗ୍ୟ କରାଯିବାର ଆବଶ୍ୟକତା ଉପରେ ଜୋର୍‌ ଦେଇଥିଲେ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶୀତଳ ବୈଦ୍ୟ ଦେଶପାଣ୍ଡେ ସମାଜରେ ପୁରୁଷ ଓ ନାରୀ ମଧ୍ୟରେ ସମାନତା ରହିବା ଉଚିତ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଉଜିଲାଣ୍ଡରୁ ସୁରଭି ପଟ୍ଟନାୟକ, କାନାଡ଼ା ଓଡ଼ିଆ ସମାଜର ସଭାପତି ଡ. ସୁନନ୍ଦା ମିଶ୍ର ପଣ୍ଡା, ଜର୍ମାନୀରୁ ମାଳତୀ ଟି କୃଷ୍ଣସ୍ୱାମୀ, ଆମେରିକାରୁ ଶୁଭଶ୍ରୀ ଦାଶ, କତାରର ଭାରତୀୟ ମହିଳା ସଂଗଠନର ସଭାପତି ସୁସ୍ମିତା ପଟ୍ଟନାୟକ ପ୍ରମୁଖ କୋଭିଡ୍‌ ମହାମାରୀ ସମୟରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ‘ମାନବିକତାର ସର୍ବବ୍ୟାପୀ ପ୍ରତିଫଳନ’ ଶୀର୍ଷକ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷ୍ମୀ ଭଟ୍ଟ, ଲତା ବିନୋଦ ନୋବାଲ, ଡ. ଅନିତା ସାବତ, ତପତି ପାଣିଗ୍ରାହୀ, ନେହା ଆଲ୍ଲାହାବାଦୀ ପ୍ରମୁଖ ଭାଗ ନେଇଥିଲେ। ଶୋଭନୀୟ ଆନ୍ଦୋଳନର ସଦସ୍ୟ ଡ. ବନଲତା ଦେବୀ ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର: ବାମ ବଦଳରେ ଡାହାଣ ଆଖି

Thu Dec 17 , 2020
ଭୁବନେଶ୍ବର: ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ। ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ। କ୍ୟାପିଟାଲ ହସ୍ପିଟାଲର ମୋତିଆବନ୍ଦୁ ଅସ୍ତ୍ରୋପଚାରକୁ ନେଇ ଏଭଳି ଅଭିଯୋଗ ଆସିଛି। ସହିଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସାଂଘାତିକ ତ୍ରୁଟି ସଂପର୍କରେ ବଖାଣିଥିଲେ ହେଁ, ଅଭିଯୋଗ ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସହିଦନଗରରେ ରହୁଥିବା ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ ହୋଇଥିବା ବେଳେ ଡାହଣ ଆଖି […]
ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial