କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର: ବାମ ବଦଳରେ ଡାହାଣ ଆଖି

ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଭୁବନେଶ୍ବର: ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ। ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ। କ୍ୟାପିଟାଲ ହସ୍ପିଟାଲର ମୋତିଆବନ୍ଦୁ ଅସ୍ତ୍ରୋପଚାରକୁ ନେଇ ଏଭଳି ଅଭିଯୋଗ ଆସିଛି। ସହିଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସାଂଘାତିକ ତ୍ରୁଟି ସଂପର୍କରେ ବଖାଣିଥିଲେ ହେଁ, ଅଭିଯୋଗ ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସହିଦନଗରରେ ରହୁଥିବା ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ ହୋଇଥିବା ବେଳେ ଡାହଣ ଆଖି ପ୍ରାୟ ୫୦ ପ୍ରତିଶତ‌ ମୋତିଆବିନ୍ଦୁ ରହିଥିଲା। ଡାହାଣ ଆଖିରେ ସେ ଭଲରେ ଦେଖିପାରୁଥିଲେ। କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ ବାମ ଆଖି ବଦଳରେ ତାଙ୍କର ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା। ଆଖିରେ ଡ୍ରପ୍ ପକାଇବା ସମୟରେ ସେ ଏ ବିଷୟରେ ଉପସ୍ଥିତ ନର୍ସଙ୍କୁ କହିଥିଲେ। ପରେ ଡାକ୍ତରଙ୍କୁ ଏ ସଂପର୍କରେ ଜଣାଇବେ ପରେ ସେ ‘ଆଇ ଏମ୍‌ ସରି’ କହିଥିବା ବ୍ୟକ୍ତି ଜଣକ କହିଛନ୍ତି। ଡାକ୍ତର କହିଥିଲେ କିଛି ଅସୁବିଧା ନାହିଁ, କିଛିଦିନ ପରେ ବାମ ଆଖି ଅସ୍ତ୍ରୋପଚାର କରିଦେବା। ନିକଟରେ ବ୍ୟକ୍ତି ଜଣକ ଆଖି ଦେଖାଇବା ଲାଗି ଯାଇଥିବା ବେଳେ ତାଙ୍କୁ ୪ ହଜାର ଟଙ୍କା ମଗାଯାଇଥିବା ସେ ଅଭିଯୋଗ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ।

Share Now:

Kalinga News Beuro

Next Post

ମା କ୍ଷୀର ଖାଇ ଶିଶୁର ମୃତ୍ୟୁ: ସ୍ତନ୍ୟପାନ ପୂର୍ବରୁ ମା ନେଇଥିଲେ ଡ୍ରଗ୍ସ

Thu Dec 17 , 2020
କାଲିଫର୍ଣ୍ଣିଆ: ନବଜାତ ଶିଶୁ ପାଇଁ ମା’ର କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ତନ୍ୟପାନ ଶିଶୁକୁ ସମସ୍ତ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯେତେବେଳେ ମା’ର କ୍ଷୀର ଶିଶୁ ପାଇଁ ବିଷ ପାଲଟିଯାଇଛି। ଆମେରିକାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଏକ ନବଜାତ ଶିଶୁ ନିଜ ମା’ର କ୍ଷୀର ପିଇବା କାରଣରୁ […]
ମା କ୍ଷୀର ଖାଇ ଶିଶୁର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial