ସୁପର ସାଇକ୍ଲୋନର ରୂପ ନେଉଛି ଅମ୍ଫାନ୍, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କରିଛି। ଆଜି ସଂଧ୍ୟା ୫.୩୦ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହବାତ୍ୟା ରୂପ ନେବାପରେ ଘଣ୍ଟା ପ୍ରତି ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବ ବୋଲି ଡ.ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ଅମ୍ଫାନର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି। କିନ୍ତୁ ବାତ୍ୟା ସମୟରେ ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବା ସମ୍ଭାବନା ଦେଖାଦେଇଛି। ଆଜି ସନ୍ଧ୍ୟା ୫.୩୦ରୁ ଏହା ଆସନ୍ତାକାଲି ସକାଳ ୫ଟା ଯାଏ ମହାବାତ୍ୟା ରୂପ ନେଇ ସମୁଦ୍ର ଉପରେ ଗତି କରିବ। ଫଳରେ ଅତି ଭୀଷଣ ଅବସ୍ଥାରେ ହିଁ ଏହା ସ୍ଥଳଭାଗକୁ ଛୁଇଁବ। ଓଡ଼ିଶାର ଗଞ୍ଜାମ , ପୁରୀ, ଖୋର୍ଦ୍ଧା ଉପକୂଳରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ଏବେ ଅମ୍ଫାନ୍ ପାରାଦୀପଠାରୁ ୭୯୦ କି.ମି ଦୂରରେ ରହିଛି। ତା’ଛଡ଼ା ଦୀଘା (ପଶ୍ଚିମବଙ୍ଗ) ର ୯୪୦ କିଲୋମିଟର ଏବଂ ଖେପୁପାରା (ବାଂଲାଦେଶ)ର ୧୦୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଦୂରରେ ରହିଥିବା ଜଣାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଏବେ ଘଣ୍ଟା ପ୍ରତି ୧୩ କି.ମି ବେଗରେ ଗତି କରୁଥିବା ଜଣାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସୁପର ସାଇକ୍ଲୋନରେ ପରିଣତ ହୋଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Leave a Reply

Next Post

ରାଜଧାନୀକୁ ଆସୁଛନ୍ତି ଶହ ଶହ ପ୍ରବାସୀ:ବସ୍‌ରୁ ଓହ୍ଲାଇ ରାସ୍ତାରେ ବୁଲୁଛନ୍ତି

Mon May 18 , 2020
ଭୁବନେଶ୍ୱର: ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ହୋଇ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଶ୍ରମିକ ଚାଲି ଚାଲି ଯିବେନି। ସେଥିପାଇଁ ବସ୍‌ରେ ନିଆଯାଉଛି। କିନ୍ତୁ ଏହା ଏବେ ଜାତୀୟ ରାଜପଥ କଡ଼ରେ ରହୁଥିବା ଲୋକଙ୍କ ପାଇଁ ଚିନ୍ତା ପାଲଟିଛି। ଖାସ୍‌ କରି ରାଜଧାନୀ ପାଇଁ। ବାହାର ରାଜ୍ୟରୁ ବହୁ ବସ୍‌ରେ ପ୍ରବାସୀ ଶ୍ରମିକ ଆସୁଥିବାବେଳେ ସେମାନେ ଝାଡ଼ା, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial