ପ୍ରବଳ ବର୍ଷା ଯୋଗୁଁ ପ୍ରଖର ସୁଅରେ ଦଉଡି ଧରି ରାସ୍ତାପାର ହେଉଛନ୍ତି ଲୋକେ

ଦଉଡି ଧରି ରାସ୍ତାପାର ହେଉଛନ୍ତି ଲୋକେ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ବିଶେଷକରି ଆନ୍ଧ୍ର ତିରୁପତି ତିରୁମାଲା ଦେବସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି। ଫଳରେ ତିରୁପତି ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ମାନେ ଫଶିରହିଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣିର ପ୍ରଖର ସ୍ରୋତ ବହୁଥିବା ଦେଖିବାକୁ ମିଳିଛି। ପାହାଡ଼ରୁ ମାଟି ଅତଡ଼ା ଧସିବା ସହ ରାସ୍ତାଘାଟ ମଧ୍ୟ ଧୋଇଯାଇଥିବାର ଚିତ୍ର ସାମ୍ନାକୁ ଆସିଛି। ରାସ୍ତାରେ ବନ୍ୟା ପାଣିର ପ୍ରଖର ସୁଅ ଚାଲିଛି। ଏହି ସୁଅରେ ଲୋକେ ଦୌଡ଼ି ସାହାଯ୍ୟରେ ପାର ହେଉଥିବା ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ତାରିଣୀ ପୀଠରୁ ଲକ୍ଷାଧିକ ଟଙ୍କାର ନଗଦ ଓ ଅଳଙ୍କାର ଚୋରି

Fri Nov 19 , 2021
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବେହେଡା ଠାରେ ଥିବା ତାରିଣୀ ପୀଠରେ ଗତକାଲି ରାତିରେ ବଡଧରଣର ଚୋରି ହେଇଛ। ମିଳିଥିବା ସୂଚନା ଅନୁଯାୟୀ ଚୋରମାନେ ମନ୍ଦିର ପ୍ରାଙ୍ଗଣରେ ଓ ଭିତରେ ଥିବା ୨ଟି ଭକ୍ତଙ୍କ ଦାନ ପେଡ଼ିର ଚାବି ଭାଙ୍ଗି ଟଙ୍କାକୁ ଲୁଟି ମନ୍ଦିରଠୁ ବହୁତ ଦୂରରେ ଖାଲି ଦାନ ପେଡ଼ିକୁ ଫିଙ୍ଗି ଦେଇଥିଲେ। ଏହି ୨ ଟି ଦାନ ପେଡ଼ିରେ ପ୍ରାୟ ଲକ୍ଷାଧିକ ଟଙ୍କା ଥିବା ଅନୁମାନ […]
ତାରିଣୀ ପୀଠ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial