ପାକିସ୍ତାନକୁ ଜବତ କରିବାକୁ ହେଲେ ପ୍ରଥମେ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ହେବ : ମାର୍କିନ ସାଂସଦ

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଉଛି, କିନ୍ତୁ ସେହି ଅସ୍ତ୍ର ଆମେରିକା କିମ୍ବା ଆମେରିକୀୟମାନଙ୍କ ଆଡକୁ ଫେରୁଛି । ପାକିସ୍ତାନକୁ ଆତଙ୍କବାଦମୁକ୍ତ କରିବାକୁ ହେଲେ ଆମେରିକାକୁ ପ୍ରଥମେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ପଡିବ ବୋଲି ଖୋଦ ଆମେରିକାର ଜଣେ କଂଗ୍ରେସସଦସ୍ୟ ଡାନା ରୋରାବାଚର କହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ଯେପରି ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହୁଏ ତାହା ଆମକୁ ନିଶ୍ଚିତ କରିବାକୁ ପଡିବ । ଏହାହିଁ ଆତଙ୍କବାଦ ଦମନ ପାଇଁ ପ୍ରଥମ ସୋପାନ ହେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ଲାମାବାଦ ସଭ୍ୟ ସମାଜର ନୁହେଁ, ବରଂ ଏକ ବର୍ବର ସମାଜର ସହଯୋଗୀ ପାଲଟିଛି । କିଛି ଦିନ ତଳେ ଭାରତ ଗ୍ରସ୍ତରେ ଆସିଥିବା ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ନିକି ହେଲି କହିଥିଲେ ଯେ ପାକିସ୍ତାନ ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରଶ୍ରୟ ଦେଉଛି । ଆମେରିକା ପାକିସ୍ତାନକୁ ନିଜର ସହଯୋଗୀ ବୋଲି ଭାବେ, କିନ୍ତୁ ଆତଙ୍କବାଦକୁ ପ୍ରଶ୍ରୟ ଦେବାକୁ କଦାପି ବରଦାସ୍ତ କରାଯିବ ନାହିଁ ।

Share Now:

Kalinga News Beuro

Leave a Reply

Next Post

ଫିଫା ବିଶ୍ୱକପ୍‌: ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ ସ୍ୱର୍ଣ୍ଣ ଟ୍ରଫି ପାଇଁ ଆଜି ଫ୍ରାନ୍ସ-କ୍ରୋଏସିଆ ମଧ୍ୟରେ ଲଢ଼େଇ

Sun Jul 15 , 2018
ମସ୍କୋ: ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲ ମ୍ୟାଚ୍‌ ପରେ ଚାମ୍ପିଅନ ଟିମ୍‌ର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ। ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ। ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial