ଭୁବନେଶ୍ୱରରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା : ଚା’ ଦୋକାନୀଙ୍କ ଉପରେ ଚଢ଼ିଗଲା ଦାମୀ କାର୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଛି। ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା। ସୂଚନା ଅନୁସାରେ ଦିଲୀପ ନିଜ ଚା’ ଦୋକାନ ସମ୍ମୁଖରେ ସଫା କରୁଥିଲେ। ଏହି ସମୟରେ ଏକ ଦାମୀ କାର୍‌ (ଓଡି ୩୩ଏକେ ୬୮୮୮) ଦିଲୀପଙ୍କ ଉପରେ ମାଡି ଆସିଥିଲା। ଦିଲୀପ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଡ୍ରାଇଭର ଜଣକ ସେଠାରୁ ଫେରାର ମାରିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଦିଲୀପଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ‌ଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ମୃତକଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରୁଛି। ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ତେବେ ରାଜଧାନୀର ଛାତି ଉପରେ ଏଭଳି ଘଟଣାକୁ ଦେଖି ଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି।

Share Now:

Kalinga News Beuro

Next Post

ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

Mon Apr 1 , 2024
ଭୁବନେଶ୍ୱର: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ। ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ। ଉଲ୍ଲେଖ ଥାଉ କି ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial