ଆର୍ଯ୍ୟସମାଜର ବିବାହ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମ୍ୟାରେଜ ସାର୍ଟିଫିକେଟକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୂଆ ରାୟ ଆସିଛି। ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ। ଜଣେ ନାବାଳିକାଙ୍କ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ସର୍ବୋଚ୍ଚ ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏଥିସହିତ ମାମଲାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବିବି ନାଗରତ୍ନାଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଯୁବତୀ ଜଣଙ୍କ ସାବାଳିକା ଅଟନ୍ତି ଓ ସେ ଏକ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଛନ୍ତି ଏବଂ ଏଥିସମ୍ପର୍କିତ ମ୍ୟାରେଜ ସାର୍ଟିଫିକେଟ ରେକର୍ଡ କରାଯାଇଛି ବୋଲି ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ତେବେ ଏନେଇ ବେଞ୍ଚ କହିଥିଲେ ଯେ, ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କର କାମ ଅଟେ। ଚଳିତ ମାସ ୫ ତାରିଖରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତଙ୍କ ଜମାନତ ଖାରଜ କରିଦେଇଥିଲେ। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୬୩, ୩୬୬ଏ, ୩୮୪, ୩୭୬(ଏନ), ୩୮୪ ଓ ଯୌନ ଅପରାଧ ଧାରାରେ ମାମଲା ଦାୟର ହେବା ସହ ଗିରଫ କରାଯାଇଥିଲା।

Share Now:

Kalinga News Beuro

Next Post

ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ

Fri Jun 3 , 2022
ଭୁବନେଶ୍ବର: ବିଜୁ ଜନତା ଦଳର ତିନି ଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ବିଧିବଦ୍ଧ ଭାବେ ଆଜି ରିଟର୍ଣ୍ଣିଂ ଅଫିସର ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଏ ନେଇ […]
ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial