ଖାପ ପଂଚାୟତ ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଖାପ ପଂଚାୟତ ପକ୍ଷରୁ ବିବାହକୁ ଅସିଦ୍ଧ ଘୋଷଣା କରାଯାଇପାରିବ ନାହିଁ । ସହମତି ଭିତ୍ତିରେ ହୋଇଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ବେଆଇନ୍ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ. ଖାନୱଲିକର ଓ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଖାପ ପଂଚାୟତ ପକ୍ଷରୁ ବିଭିନ୍ନ ସମୟରେ ସମ୍ମାନ ରକ୍ଷା ନାଁରେ ହେଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଶକ୍ତି ବାହିନୀ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଗତ ମାସରେ ଖାପ ପଂଚାୟତ ଆଇନକୁ ହାତକୁ ନେଉଥିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଦମ୍ପତିମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଆଇନ ରହିଛି। ତେଣୁ ଖାପ ପଂଚାୟତ ସମ୍ମାନ ରକ୍ଷା ନାଁରେ ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଛୁରି ଦେଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ କଲେଜ ଛାତ୍ର ଗିରଫ

Wed Mar 28 , 2018
କେନ୍ଦ୍ରାପଡ଼ା: ଛୁରି ଦେଖାଇ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ କଲେଜ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଗୟାସପୁର ଅଞ୍ଚଳର ଏହି ଛାତ୍ରୀ ପ୍ରୀତିରେଖା (ଛଦ୍ମନାମ) ଏକ ପ୍ରତିଷ୍ଠିତ କଲେଜରେ ପଢ଼ୁଛନ୍ତି। ସେ ସବୁଦିନ କଲେଜକୁ ଆସୁଥିବାବେଳେ ଜଣେ ଯୁକ୍ତ ୩ ଛାତ୍ର ସ୍ମୃତିରଂଜନ ସାମଲ ତାଙ୍କ ସହିତ ମିଳାମିଶା କରିବାକୁ ଉଦ୍ୟମ କରିଥିଲେ। ସ୍ମୃତିରଞ୍ଜନଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial