ଛୁରି ଦେଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ କଲେଜ ଛାତ୍ର ଗିରଫ

କେନ୍ଦ୍ରାପଡ଼ା: ଛୁରି ଦେଖାଇ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ କଲେଜ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଗୟାସପୁର ଅଞ୍ଚଳର ଏହି ଛାତ୍ରୀ ପ୍ରୀତିରେଖା (ଛଦ୍ମନାମ) ଏକ ପ୍ରତିଷ୍ଠିତ କଲେଜରେ ପଢ଼ୁଛନ୍ତି। ସେ ସବୁଦିନ କଲେଜକୁ ଆସୁଥିବାବେଳେ ଜଣେ ଯୁକ୍ତ ୩ ଛାତ୍ର ସ୍ମୃତିରଂଜନ ସାମଲ ତାଙ୍କ ସହିତ ମିଳାମିଶା କରିବାକୁ ଉଦ୍ୟମ କରିଥିଲେ। ସ୍ମୃତିରଞ୍ଜନଙ୍କ ଘର କେନ୍ଦ୍ରାପଡ଼ା ସହଠାରୁ ୩ କିଲୋମିଟର ଦୂର ଅଙ୍ଗୁଳାଇ। ଗତ ୨୪ ତାରିଖ ଦିନ ପ୍ରୀତିରେଖା ଟ୍ୟୁସନ୍‌କୁ ଯିବା ସମୟରେ ଏକୁଟିଆ ଦେଖି ସେ ତାଙ୍କୁ ଏକ ପରିତ୍ୟକ୍ତ ଘର ପାଖକୁ ନେଇ ଛୁରି ଦେଖାଇ ହତ୍ୟା କରିବାକୁ ଧମକ ଦେବା ସହ ଦୁଷ୍କର୍ମ କରିଥିଲା। ଏପରିକି କେତେକ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା ବୋଲି ଅଭିଯୋଗକାରୀ ଛାତ୍ରୀ କହିଛନ୍ତି। ଏ ନେଇ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କରିବା ପରେ ସଦର ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ବଡ ଡାକ୍ତରଖାନାରେ ଏସି, ଫ୍ୟାନ୍‌ ଅଚଳ: ଆଉଟ୍‌ଡୋରରୁ ଉଠିଗଲେ ଡାକ୍ତର

Wed Mar 28 , 2018
କଟକ: ଏସ୍‌ବିବି ମେଡିକାଲରେ ଏସି, ଫ୍ୟାନ୍‌ ଅଚଳ ଯୋଗୁଁ ଅଭାବନୀୟ ପରିସ୍ଥିତି ଉପୁଜୁଛି। ଗୁରୁତର ରୋଗୀ ହନ୍ତସନ୍ତ ହେବା, ବିଭିନ୍ନ ମେସିନ୍‌ ଠିକରେ କାମ ନକରିବା, ଅସ୍ତ୍ରୋପଚାର ସମ୍ଭବ ନହେବା ଭଳି ଅଭିଯୋଗ ଆସୁଥିବା ବେଳେ ଆଜି ଆଉଟଡୋର୍‌ ଅଧାରୁ ଉଠି ଯାଇଛନ୍ତି ଡାକ୍ତର। ସୂଚନା ଅନୁଯାୟୀ ଆଜି ନ୍ୟୁରୋଲୋଜି ଆଉଟ୍‌ଡୋର୍‌ରେ ରୋଗୀ ଦେଖା ଚାଲିଥିବା ବେଳେ ଅଧାରୁ ଏସି, ଫ୍ୟାନ୍‌ ବନ୍ଦ ହୋଇଯାଇଥିଲା। ତାପମାତ୍ରା ଅଧିକ ଥିବାରୁ ରୋଗୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial