ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ମାନ୍ୟତା: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

‘ଦ୍ରୁତତମ ଗତିଶୀଳ ରାଜ୍ୟ’ ମାନ୍ୟତା

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରି ଦେଶବ୍ୟାପି କରାଯାଇଥିବା ସ୍ବଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ଭାବରେ ପୁରସ୍କାର ଦିଆଯାଇଛି। ସ୍ବଚ୍ଛତା ହାସଲ କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବେଗରେ ଆଗକୁ ବଢ଼ୁଥିବା ରାଜ୍ୟର ମାନ୍ୟତା ଲାଭ କରିଛି। ଏଥିସହ ଏହି ସର୍ବେକ୍ଷଣରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି। ୨୦୧୮ ଏବଂ ୨୦୧୯ ରେ ରାଜ୍ୟ ଯଥାକ୍ରମେ ଦେଶରେ ୨୨ ଏବଂ ୧୬ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ମାନ୍ୟତାରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି। ଏହା ବ୍ୟତୀତ ୩-୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ମିଳିଛି।

ରାଜ୍ୟର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ରାଜ୍ୟର ସହରଗୁଡ଼ିକୁ ସ୍ବଚ୍ଛ ଏବଂ ଜୀବନଧାରଣ ଲାଗି ଯୋଗ୍ୟ କରିବା ଲାଗି ବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଛି ‌‌ବୋଲି କହିଛନ୍ତି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଜାନୁୟାରୀ ୨୦୧୬ରେ ସ୍ୱଚ୍ଛତା ଅନୁସାରେ ସହରକୁ ଶ୍ରେଣୀଭୁକ୍ତ କରିବା ପାଇଁ ୭୩ ସହରର ସର୍ବେକ୍ଷଣ କରାଯାଇଥିବା ବେଳେ ୨୦୧୭ରେ ୪୩୪ଟି ସହର ଏବଂ ୨୦୧୮ରେ ୪୨୦୩ ସହରକୁ ନେଇ ସର୍ବେକ୍ଷଣ କରାଯାଇଥିଲା। ୨୦୧୯ରେ ଏହି ସଂଖ୍ୟା ବଢିବା ସହ ୪୨୩୭ ସହରର ସର୍ବେକ୍ଷଣ କରାଯାଇଥିବା ବେଳେ ୨୦୨୦ରେ ସମୁଦାୟ ୪୨୪୨ସହର ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ୍ କରାଯାଇଥିଲା ବୋଲି ଜଣାପଡିଛି।

Share Now:

Kalinga News Beuro

Next Post

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସାଉଦି ଆରବର ନା'

Thu Aug 20 , 2020
ନୂଆଦିଲ୍ଲୀ : ଇସଲାମୀୟ ଦେଶଗୁଡ଼ିକରେ ଭାରତର ପ୍ରଭାବ ବୃଦ୍ଧି ପାଇଚାଲିଥିବାବେଳେ ତାହାକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି। ପାକିସ୍ତାନ ଅନ୍ତର୍ଜାତୀୟ ଇସ୍ଲାମିକ ସଂଗଠନର ଏକ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ସତ୍ତ୍ୱେ ସାଉଦି ଆରବ ସହ ତିକ୍ତତା ପରେ ପାକିସ୍ତାନ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି। ଅନ୍ୟପକ୍ଷରେ ଭାରତ ନିଜର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ଆରବ ରାଷ୍ଟ୍ରମାନଙ୍କ ସହ ନିଜ ସଂପର୍କକୁ ଘନିଷ୍ଠ କରିଚାଲିଛି। ନିକଟରେ ପାକିସ୍ତାନର […]
କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନାକଲା ସାଉଦି ଆରବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial