ବଣ୍ଡା ଘାଟିରେ ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ

ଖଇରପୁଟ : କରୋନା ମହାମାରୀ ସମୟରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମୁଦୁଲିପଡ଼ା ଓ ପୁରୁଣା ଗୁମ୍ମା ଅଞ୍ଚଳ ଗସ୍ତ କରିଛନ୍ତି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ବର୍ତ୍ତମାନ ସମୟରେ କରୋନା ପ୍ରକୋପରେ ସମସ୍ତେ ପୀଡିତ। ଆଦିମ ଅଧିବାସୀ ବୋଲାଉଥିବା ବଣ୍ଡା ଓ ଦିଦାୟୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏଥିରୁ ବଡ଼ ପଡି ନାହାନ୍ତି। ବଣ୍ଡା ଘାଟିରେ କରୋନା ସଂକ୍ରମଣ ଖବର ପାଇବା ପରେ ଆଜି ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ଦିଦାୟୀ ଉନ୍ନୟନ ସଂସ୍ଥା, ୟୁଜେଏ ସାମ୍ବାଦିକ ସଂଘ ସମେତ ଆଦିବାସୀ ଓ ହରିଜନ ମନ୍ତ୍ରୀ ଜଗନ୍ନାଥ ସାରକା ବଣ୍ଡା ଘାଟିରେ ପହଞ୍ଚିଥିଲେ। ମନ୍ତ୍ରୀ ଶ୍ରୀ ସାରକା ବଣ୍ଡା ଘାଟିରେ ଥିବା ଜନଜାତି ସମ୍ପ୍ରଦାୟର ଲୋକ ମାନଙ୍କୁ କରୋନା ସଚେତନ କରାଇବା ସହ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ।

ପରେ ମୁଦୁଲିପଡ଼ା ଠାରେ ଥିବା ଟିଏମସିରେ ସଂକ୍ରମିତ କରୋନା ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଲୋକମାନଙ୍କର ଯେପରି ଅସୁବିଧା ନ ହୁଏ ସେଥିପାଇଁ ପ୍ରଶାସନ ସହ ଆଲୋଚନା କରିଥିଲେ। ଏହି ଗସ୍ତରେ ମନ୍ତ୍ରୀଙ୍କ ସହ ଚିତ୍ରକୋଣ୍ଡା ବିଧାୟକ,ପଟାଙ୍ଗୀ ଵିଧାୟକ, ବିହନ ନିଗମ ଅଧ୍ୟକ୍ଷ, ଶିଶୁ କଲ୍ୟାଣ ବିଭାଗ ଅଧ୍ୟକ୍ଷ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି, ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ତଥା ସ୍ଥାନୀୟ ନେତୃବର୍ଗ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଗସ୍ତକୁ ଦେଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Share Now:

Kalinga News Beuro

Next Post

କେରଳ ଛୁଇଁଲା ମୌସୁମୀ : ପାଣିପାଗ ବିଭାଗ

Thu Jun 3 , 2021
ରଜ ବେଳକୁ ଓଡ଼ିଶାରେ ପହଞ୍ଚିବ ନୂଆଦିଲ୍ଲୀ: କେରଳ ଆକାଶକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ କରିଥିବା କଥା ଆଜି ପାଣିପାଗ ବିଭାଗ ସୁନିଶ୍ଚିତ କରିଛି। ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ କହିଛି, କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଛି। ସବିଶେଷ ବିବରଣୀ ଅବିଳମ୍ବେ ପ୍ରେସ୍‌ ରିଲିଜ୍‌ରେ ଜାରି କରାଯିବ। ସୂଚନାଯୋଗ୍ୟ, କେରଳକୁ ମୌସୁମୀ ପ୍ରବାହ ଆଗମନ ହେଉଛି ସମଗ୍ର ଦେଶରେ ୪ ମାସ ଧରି ବର୍ଷାଋତୁର ଆରମ୍ଭ। […]
କେରଳରେ ପହଞ୍ଚିଲା ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial