ଶ୍ରୀମନ୍ଦିରରେ ହୁଗୁଳା ସୁରକ୍ଷା ବ୍ୟବସ୍ଥା

ସେବାୟତ ବେଶରେ ଶ୍ରୀମନ୍ଦିରରେ ପଶିଲେ

ସେବାୟତ ବେଶରେ ପଶିଲେ ହିନ୍ଦୁ ଭିନ୍ନ ଅନ୍ୟ ଧର୍ମର ଲୋକ

ପୁରୀ: ବିଭିନ୍ନ ଘଟଣାବଳୀକୁ ନେଇ ଶ୍ରୀମନ୍ଦିର ସବୁବେଳେ ଚର୍ଚ୍ଚାରେ। କେତେବେଳେ ଶ୍ରୀମନ୍ଦିର ଉପରକୁ ପାଗଳ ଚଢ଼ିଯିବା ନେଇ ତ ଅନ୍ୟ କେତେବେଳେ ଶ୍ରୀମନ୍ଦିର ପତିତପାବନ ବାନା ଚିରିଯିବା ନେଇ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ ସମୟରେ ଶ୍ରୀମନ୍ଦିର ମଧ୍ୟକୁ ବାହାର ଜିଲ୍ଲାର ଜଣେ ପୁଲିସ ଇନ୍‌ସ୍ପେକ୍ଟର ପଶିଯିବା ପରେ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅଧିକ କଟକଣା ଜାରି ହୋଇଥିଲା। କେବଳ ସେବାୟତମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷିଦ୍ଧ କରାଗଲା। ମାତ୍ର ଏତେ କଟକଣା ସତ୍ତ୍ବେ ଗତକାଲି ହିନ୍ଦୁ ଭିନ୍ନ ଅନ୍ୟ ଧର୍ମର କିଛି ଲୋକ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ଗତକାଲି କଟକରୁ ଚାରି ଜଣ ବ୍ୟକ୍ତି ସେବାୟତ ବେଶରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ତାଙ୍କୁ କେତେକ ସେବାୟତ ମା’ ବିମଳାଙ୍କ ମନ୍ଦିର ସମୁଖରେ ଚିହ୍ନଟ କରିଥିଲେ। ଏହାପରେ ଏମାନଙ୍କୁ ଶ୍ରୀମନ୍ଦିର ଭିତରୁ ବାହାର କରିଦିଆଯାଇଥିଲା। ଏହି ସମୟରେ ଡିଉଟିରେ ଥିବା ପୁଲିସ ଓ ଜେଟିପିମାନେ ଏହି ଘଟଣାକୁ ଚପାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହା ଜଣାପଡ଼ିବା ପରେ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ସେବାୟତ କୁଳର ମହିଳାମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ ରହିଥିବାବେଳେ ଏହି ଚାରି ଜଣଙ୍କୁ କିପରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମ ଦ୍ୱାରରେ ଥିବା ସୁରକ୍ଷାକର୍ମୀ ଓ ଜେଟିପିମାନେ କିପରି ଏହି ଚାରି ଜଣଙ୍କୁ ଚିହ୍ନଟ କରିପାରିଲେ ନାହିଁ ବୋଲି ଏମାନେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ଚାଲୁଥିବା ବେଳେ ଏହି ଚାରି ଜଣ କିପରି ଶ୍ରୀମନ୍ଦିରରେ ପ୍ରବେଶ କରିପାରିଲେ ବୋଲି ଚର୍ଚ୍ଚା ହେଉଛି। ଏହାଦ୍ୱାରା ଶ୍ରୀମନ୍ଦିରର ହୁଗୁଳା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଏହି ଚାରି ଜଣଙ୍କୁ ସେବାୟତ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ କିଏ ପ୍ରୋତ୍ସାହନ ଦେଇଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ପୁଲିସକୁ ପଚାରିବାରେ ସେମାନଙ୍କ ନିକଟରେ କୌଣସି ଖବର ନାହିଁ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଖରସ୍ରୋତା ନଦୀରେ କୁମ୍ଭୀର: ପାଣିରୁ ବାହାରି ଉପରେ ବୁଲିଲେ

Wed Oct 21 , 2020
ନଠୁଆବର : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମ ନିକଟରେ ଆଜି ଖରସ୍ରୋତା ନଦୀରେ ଦୁଇଟି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଶ୍ରୀବନ୍ତପୁର ଓ ଯୋକଡ଼ିଆ ମଝିରେ ଥିବା ପୁରୁଣା ସେତୁର ଉପର ମୁଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ବେଳେ ନୂଆ ସେତୁର ତଳମୁଣ୍ଡରେ ଅନ୍ୟ କୁମ୍ଭୀରଟି ଭାସୁଥିଲା। ଗୋଟିଏ କୁମ୍ଭୀର ପାଣିରୁ ବାହାରି ନଦୀକୂଳ ବୁଦୁବୁଦୁକିଆ ଅଞ୍ଚଳରେ ବୁଲୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଫଳରେ […]
ଖରସ୍ରୋତା ନଦୀରେ କୁମ୍ଭୀର

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial