ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସର ସୁପ୍ରିୟା ଶ୍ରୀନେତ, ବିଜେପିର ଦିଲ୍ଲୀପ ଘୋଷ

ନୂଆଦିଲ୍ଲୀ: ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲ୍ଲୀପ ଘୋଷ। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିସନ। ନିକଟରେ ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବାରୁ ନିର୍ବାଚନ କମିଶନ ସୁପ୍ରିୟା ଶ୍ରୀନେତଙ୍କୁ ନୋଟିସ୍ ପଠାଇଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ଉପରେ ଘୋଷ ମନ୍ତବ୍ୟ ଦେଇଥିବାରୁ ବିଜେପି ନେତା ଦିଲ୍ଲୀପ ଘୋଷଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଘୋଷଙ୍କୁ ଏ ନେଇ ଜବାବ ମାଗିଛନ୍ତି।
ନିକଟରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମଣ୍ଡି ଲୋକସଭା ପ୍ରାର୍ଥୀ ହେବା ପାଇଁ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଥିଲେ। ସେ ନିଜ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ କଙ୍ଗନାଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ ଯେ ଆଜି ବଜାରରେ କ’ଣ ଚାଲିଛି, କେହି କହିବେ କି? ପୋଷ୍ଟ ହେବାର କିଛି ସମୟ ପରେ ଲୋକମାନେ ତାଙ୍କୁ ଏହି ମନ୍ତବ୍ୟ ପାଇଁ ଟ୍ରୋଲ କରିବା ଆରମ୍ଭ କରିଥିଲେ, ଯାହା ପରେ କଂଗ୍ରେସ ନେତା ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ ଆକାଉଣ୍ଟକୁ ଅନେକ ଲୋକ ବ୍ୟବହାର କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଏପରି କରିଛନ୍ତି। ସୂଚନାଯୋଗ୍ୟ, କଙ୍ଗନା ରାଣାୱତଙ୍କୁ ବିଜେପି ମଣ୍ଡି ଲୋକସଭା ଆସନରୁ ଟିକେଟ ଦେଇ ପ୍ରାର୍ଥୀ କରିଛି।

Share Now:

Kalinga News Beuro

Next Post

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

Wed Mar 27 , 2024
ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାୟା ଓ ଶୁଭମ୍‌ର ୩ ଭାଇ ଭଉଣୀ ନନ୍ଦନକାନନରେ ଦୁନିଆର ନୂଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial