ଡାବୁଗାଁ ବନ ବିଭାଗ ଦ୍ବାରା ୭ ଫୁଟର ଅଜଗର ଉଦ୍ଧାର

ଡାବୁଗାଁ ବନ ବିଭାଗ ଦ୍ବାରା ୭ ଫୁଟର ଅଜଗର ଉଦ୍ଧାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କୁସୁମବନ୍ଧ ଗ୍ରାମ ନିକଟରେ ଏକ ସାଢେ଼ ୭ ଫୁଟ ଲମ୍ବର ବିରାଟ ଅଜଗର ସାପକୁ ଆଜି ଡାବୁଗାଁ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ପରେ ଅଜଗର ସାପର ପ୍ରାଥମିକ ଚିକିତ୍ସା କରାଯାଇ ପୁଣି ଜଙ୍ଗଲରେ ଛାଡ଼ି ଦିଆ ଯାଇଛି। ସୂଚନା ଅନୁଯାୟୀ, ଗତ ଏକ ସପ୍ତାହ ଧରି ଡାବୁଗାଁ ବ୍ଲକରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କୁସୁମ ବନ୍ଧ ଗ୍ରାମ ନିକଟ ଏକ ଜମିରେ ନିକଟ ଜଙ୍ଗଲରୁ ଏକ ସାଢେ଼ ୭ ଫୁଟ ଲମ୍ବର ବିରାଟ ଅଜଗର ସାପ ଦେଖା ଦେଇଥିଲା।
ଗ୍ରାମବାସୀ ଏହା ଦେଖି ଡାବୁଗାଁ ବନ ବିଭାଗକୁ ଖବର ଦେବା ପରେ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଡାବୁଗାଁ ଭାରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବାଇଗାଁ ବନରକ୍ଷୀ ସରସ୍ଵତୀ ମେହେର ଓ ଝାଲିଆ ଗୁଡ଼ା ବନରକ୍ଷୀ କାର୍ତ୍ତିକ ମାଝୀ ତଥା ଅନ୍ୟ ବନକର୍ମଚାରି ଆଜି ସକାଳେ କୁସୁମ ବନ୍ଦ ପହଞ୍ଚି ଜମି ମଧ୍ୟରୁ ଅଜଗର ସାପକୁ ଉଦ୍ଧାର କରିଥିଲେ। ଡାବୁଗାଁ ଅତିରିକ୍ତ ପ୍ରାଣୀ ଚିକିତ୍ସକ ସାରସ୍ଵତ ସାହୁ ସାପର ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣା ପଡ଼ିବା ପରେ ପୁନର୍ବାର ଅଜଗର ସାପକୁ ନିକଟ ଜଙ୍ଗଲରେ ବନ କର୍ମଚାରୀ ସାପକୁ ଛାଡି ଦେଇଥିଲେ।

Share Now:

Kalinga News Beuro

Next Post

ୟୁକ୍ରେନ ଯୁଦ୍ଧ : ରୁଷ ସେନାର ନିଦ ହଜେଇ ଦେଇଛି ତାଇଓ୍ବାନର ଏହି କ୍ଷୁଦ୍ର ଡ୍ରୋନ

Thu Aug 18 , 2022
ତାଇପେଈ : ରୁଷ ୟୁକ୍ରେନ ଯୁଦ୍ଧରେ ଚୀନ ରୁଷ ପଛରେ ଛିଡ଼ା ହୋଇଥିବାବେଳେ ତାଇଓ୍ବାନ ପରୋକ୍ଷରେ ୟୁକ୍ରେନକୁ ସହାୟତା କରିଚାଲିଛି। ୟୁକ୍ରେନ ପକ୍ଷରୁ ତାଇଓ୍ବାନ ନିର୍ମିତ ଏକ ଲଢୁଆ ଡ୍ରୋନ ବ୍ୟବହାର କରାଯାଉଛି, ଯାହାକି ରୁଷର ଅନେକ ଟ୍ୟାଙ୍କ ଧ୍ବଂସ କରିସାରିଲାଣି। ତାଇଓ୍ବାନର ଏକ ନ୍ୟୁଜ ପୋର୍ଟାଲ ‘ତାଇଓ୍ବାନନ୍ୟୁଜ ଡଟ କମ’ର ଏକ ରିପୋର୍ଟ ଅନୁସାରେ ତାଇଓ୍ବାନର ଲଢୁଆ ଡ୍ରୋନ ରିଭରବଲ-୮୬୦ ରୁଷ ସେନାର ନିଦ ହଜାଇ ଦେଇଛି। ଏହା […]
ତାଇଓ୍ବାନର ଏହି କ୍ଷୁଦ୍ର ଡ୍ରୋନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial